୮ରେ ପ୍ରଚାର ପାଇଁ ଓଡିଶା ଆସିବେ ଦ୍ରୈାପଦୀ

୮ ତାରିଖରେ ଓଡିଶା ଆସିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁ । ଓଡିଶା ଆସି ରାଷ୍ଟ୍ରପତି ନିର୍ବାଚନ ପାଇଁ ସାସଂଦ, ବିଧାୟକଙ୍କୁ ଭେଟିବେ । ବିହାର, ଝାରଖଣ୍ଡ, ତାମିଲନାଡୁ , ତେଲେଙ୍ଗାନା ପରେ ଓଡିଶା ଆସିବେ । ଦ୍ରୈାପଦୀ ମୁର୍ମୁ ଆସିବା ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଙ୍କ ସୂଚନା । ସେପଟେ ଜୁଲାଇ ୧୮ ରେ ହେବ ରାଷ୍ଟ୍ରପତି ନିର୍ବାଚନ । ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପରେ ସବୁ ରାଜ୍ୟ ଯାଇ ଭୋଟ ଭିକ୍ଷା କରୁଛନ୍ତି ଶ୍ରୀମତୀ ମୁର୍ମୁ। ଏହି କ୍ରମରେ ବିହାର, ଝାରଖଣ୍ଡ, ତାମିଲନାଡୁ ଓ ତେଲେଙ୍ଗାନା ଯାଇ ଭୋଟ ଭିକ୍ଷା କରିବା ପରେ ଓଡ଼ିଶା ଆସିବେ ଦ୍ରୌପଦୀ। ଏହାପରେ ସେ ଆନ୍ଧ୍ର ପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟ ଯିବାର କାର‌୍ୟ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି। ଜୁନ୍ ୨୪ ତାରିଖରେ ସଂସଦ ଭବନରେ ବିଜେପି ଓ ଏନଡିଏ ନେତାଙ୍କ ଉପସ୍ଥିତିରେ ଶ୍ରୀମତୀ ମୁର୍ମୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

Share

Leave a Reply

Your email address will not be published. Required fields are marked *

12 + 6 =