୭ ଦିନ ରିଲିଫ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର–ଗତ ତିନିଧରି ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇପଡିଛି ।ବିଭିନ୍ନ ନଦୀର ଜଳ ପତନ ବୃନ୍ଧି ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବର୍ଷା ବନ୍ୟାରେ ମାଲକାଗିରି ଜିଲ୍ଲା ବିଶେଷ ଭାବରେ କ୍ଷତିଗସ୍ଥ ହୋଇଛି । ପୋଟେଲ ନଦୀରେ ବନ୍ୟା ଜଳ ବୃନ୍ଧି ଯୋଗୁଁ ପୋଟେରୁ ଗାଁ ସାରା ଜଳମଗ୍ନ ହୋଇଛି । ବହୁ ଘରଦ୍ୱାର ବୁଡିଯାଇଥିବା ଯୋଗୁଁ ଲୋକ ମାନେ ଛାତ ଉପରେ ଆଶ୍ରୟ ନେଇଥିବା ଖବର ମିଳିଛି ।
ମାଲ୍କାନଗିର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡା ନିର୍ଦେଶ ଦେବା ସହିତ ବିପନ୍ନ ଲୋକମାନଙ୍କୁ ୭ଦିନ ପର୍ଯ୍ୟନ୍ତ ରିଲିଫ ଯୋଗାଇ ଦେବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ।
ଏହି ବାବଦରେ ବୟସ୍କ ମାନଙ୍କୁ ଦୈନିକ ୬୦ ଟଙ୍କା ଏବଂ ୧୨ ବର୍ଷରୁ କମ୍ ବୟସ ପିଲାମାନଙ୍କ ପାଇଁ ଦୈନିକ ୪୫ ଟଙ୍କା ହିସାବରେ ୭ ଦିନ ପର‌୍ୟ୍ୟନ୍ତ ରିଲିଫ୍ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି । କେବଳ ଏତିକି ନୁହେଁ ପ୍ରଭାବିତ ଅଞ୍ଚଳରେ ସମସ୍ତ ସହାୟତା ସହ ଗୃହପାଳିତ ପଶୁଙ୍କୁ ମାଗଣା ଚିକତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

Share

Leave a Reply

Your email address will not be published. Required fields are marked *

three − two =