ହୋର୍ଡିଂ ଟାଓ୍ବାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ରାଜଧାନୀ ଭୁବନେଶ୍ୱରର ଶିଶୁ ଭବନ ଛକରେ ଦେଖିବା ପାଇଁ ମିଳିଥିଲା ଏକ ଅଭାବନୀୟ ଘଟଣା । ହୋର୍ଡିଂ ଉପରେ ଚଢି ଜଣେ ଗାଡି ଚାଳକ ଆତ୍ମହତ୍ୟା ପାଇଁ ଦମକ ଦେଇଥିଲେ । ଅଗ୍ନଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୨ ଘଣ୍ଟା କାଳ ପରିଶ୍ରମ କରି ସେହି ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ନାମ ଟୁଲୁ ପାତ୍ର ଏବଂ ତାଙ୍କ ଘର ବାଲେଶ୍ୱରରେ ।

ଏହି ଘଟଣା ପରେ ପୁଲିସ ତାଙ୍କୁ କ୍ୟାପିଟାଲ ଥାନାକୁ ନେଇ ପଚରା ଉଚରା କରୁଛି । ତେବେ ସେ କେଉଁ କାରଣରୁ ଏପରି କରୁଥିଲେ ତାହା ଜଣା ପଡି ନାହିଁ ।

Share

Leave a Reply

Your email address will not be published. Required fields are marked *

five + four =