ହେମାଳ ୟୁନିଅନ,ଓଡିଶା କୃଷି ଓ ଗ୍ରାମୀଣ ମଜଦୂର ସଂଘ ର ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ହୋଟେଲ ରୋୟାଲ ଠାରେ ରବିବାର ଦିନ ହେମାଳ ୟୁନିଅନ, ଓଡିଶା କୃଷି ଓ ଗ୍ରାମୀଣ ମଜଦୂର ସଂଘ ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ଏହି ସମ୍ମିଳନୀ ରେ ମଜଦୂର ସଂଘ ର ପ୍ରତିଷ୍ଠାତା ଦେବେନ୍ଦ୍ର କୁମାର ପଟଯୋଶୀ,ଜିଲ୍ଲା ସଭାପତି -ବିଶ୍ୱରଂଜନ ସା ,ସମ୍ପାଦକ -ସୁରେନ୍ଦ୍ର କୁମାର କର ପ୍ରମୁଖ ଉପସ୍ଥିତ ରହିଥିଲେ। ସମ୍ମିଳନୀ ରେ ମଣ୍ଡି ହେମାଳ ଙ୍କ ମଜୁରୀ ବର୍ଦ୍ଧିତ ପାଇଁ ପ୍ରବନ୍ଧକ ଓଡିଶା ସମବାୟ ସମିତି ସମୂହ ରାଜ୍ୟ ସରକାରଙ୍କ ନିକଟରେ ସୁପାରିଶ କରିଥିବା ସୂଚନା ମିଳିଛି।ଯାହା ହେମାଳ ଙ୍କ ପାଇଁ ଏକ ଖୁସି ଖବର ବୋଲି ସଂଘ ପ୍ରତିଷ୍ଠାତା ସମ୍ମିଳନୀ ରେ ପ୍ରକାଶ କରିଛନ୍ତି। ଇତି ମଧ୍ୟରେ ପୂର୍ବରୁ ହେମାଳ ମାନେ ନାନା ପ୍ରକାର ସମସ୍ୟା ରେ ସମ୍ମୁଖୀନ ହେଉଥିଲେ।ଏହା କୁ ଦୃଷ୍ଟି ରେ ଗତ ୨୦୧୭ମସିହା ମଜଦୂର ସଂଘ ପକ୍ଷରୁ ମଜୁରୀ ଗଠନ ପାଇଁ ସରକାର ନିକଟରେ ପ୍ରସ୍ତାବ ରଖିଥିଲେ।ସେତେବେଳେ ମଣ୍ଡିରେ ନିୟୋଜିତ ହେମାଳ କୁ ପାରିଶ୍ରମିକ ବାବଦ କୁ କୁଇଟାଲ ପିଛା ୧୧ଟଙ୍କା ୧୯ପଇସା ଦେବା ବ୍ୟବସ୍ଥା ଥିଲେ ହିଁ ୧୦ ଟଙ୍କା ଦେଉଥିଲେ।ପରବର୍ତ୍ତୀ ସମୟରେ ବଢିବା ବଦଳରେ ୮ଟଙ୍କା ୪୭ପଇସା ହ୍ରାସ କରାଯାଇଥିଲା।ଏନେଇ ଭାରତୀୟ ମତଜୁଦ ସଂଘ ପକ୍ଷରୁ ଉଚ୍ଚ ନ୍ୟାୟାଳୟ ଙ୍କ ଦ୍ୱାରାସ୍ତ ହୋଇଥିଲା।କୋର୍ଟ ଏହାର ବିଚାର କରି ହେମାଳ ଙ୍କ ପାରିଶ୍ରମିକ ବର୍ଦ୍ଧିତ କରିବାକୁ ଜିଲ୍ଲା ପାଳ ଙ୍କୁ ଚିଠି କରିଥିଲେ।ତେବେ ଜିଲ୍ଲାପାଳ ସେତେବେଳ ନିଜ ଅକ୍ତିଆରେ ନ ଥିବା କହି ଚିଠିକୁ ରେଫର କରିଥିଲେ। ପୁନଃ ଏହାର ବିଚାର ନେଇ ପ୍ରବଦ୍ଧକ ଓଡିଶା ସମବାୟ ସମିତି ସମୂହ କୁଇଟାଲ ପିଛା ୨୫ଟଙ୍କା ପାରିଶ୍ରମିକ ଦେବା ବ୍ୟବସ୍ଥା କରିବାକୁ ସରକାର ନିକଟକୁ ଏକ ଚିଠି ସୁପାରିଶ କରିଥିବା ଜଣାପଡ଼ିଛି।ଯାହା ସମ୍ମିଳନୀ ରେ ଏହି ସୁପାରିସ ସରକାର ଙ୍କ ଠାରୁ ଖରିଫ ଋତୁ ମଣ୍ଡି ଆରମ୍ଭ ପୂର୍ବରୁ ଅନୁମୋଦନ ଲାଭ କରିବା ଆଶା ରଖାଯାଇଛି। ନଚେତ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସମ୍ମିଳନୀ ରେ ଚେତାବନୀ ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

eighteen − seventeen =