ହାଜର ହେଲେ ଅନୁଭବ,ବର୍ଷା

ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା । କଟକ ପରିବାର ଅଦାଲତରେ ହାଜର ହେଲେ ଅନୁଭବ , ବର୍ଷା । ଅଦାଲତରେ ହାଜର ପରେ ନିଜ ଚ୍ୟାମ୍ବରକୁ ପଠାଇଲେ ଜଜ୍ । ଉଭୟ ବର୍ଷା ଏବଂ ଅନୁଭବଙ୍କୁ ନିଜ ଚ୍ୟାଙ୍କୁ ପଠାଇଲେ ଜଜ୍ । ଉଭୟଙ୍କ ସହ ଆଲୋଚନା କରିବାକୁ ନିଜ ଚ୍ୟାମ୍ବରକୁ ପଠାଇଲେ । କୋର୍ଟରେ ନିଜ ଅନ୍ୟକାମ ସାରିଲେ ଆଲୋଚନା କରିବେ ଜଜ୍ ।
ପୂର୍ବରୁ ଉଭୟ ବର୍ଷା ଓ ଅନୁଭବଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଜରିମାନା ପ୍ରଦାନ କରିବାକୁ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ବାରମ୍ବାର ତାରିଖ ଧାର‌୍ୟ୍ୟ ପରେ ବି ସାକ୍ଷ୍ୟଗ୍ରହଣ ପାଇଁ ବର୍ଷା କୋର୍ଟ ଆସୁନଥିଲେ । ସେହିପରି ଅନୁଭବ ମଧ୍ୟ ଛାଡ଼ପତ୍ର ପିଟିସନରେ ବିବାହ ସ୍ଥାନ ଭୁଲ୍ ଦର୍ଶାଇଥିଲେ । ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ଉଭୟଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଫାଇନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଅଯଥାରେ କୋର୍ଟଙ୍କ ସମୟ ବିଳମ୍ବ କରିଥିବାରୁ ଉଭୟେ ଏହି ଟଙ୍କା ଗଣିବେ ବୋଲି ଜଣାପଡ଼ିଛି । ଉଭୟଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ଆବେଦନ ଓ ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବଙ୍କ ଆବେଦନକୁ ଗ୍ରହଣ କରାଯାଇଛି । କିନ୍ତୁ ଆଜି ଉଭୟ ସାଂସଦ ଅନୁଭବ ଓ ପତ୍ନୀ ବର୍ଷା କୋର୍ଟରେ ହାଜର ହୋଇଛନ୍ତି । ତେବେ ବର୍ଷା ଏବଂ ଅନୁଭବଙ୍କ ପାରିବାରିକ ବିବାଦ ମାମଲା କୋର୍ଟରେ ପହଂଚିବା ପରେ ଉଭୟ କୋର୍ଟଙ୍କ ଦ୍ୱାରସ୍ଥ୍ୟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

8 + 10 =