ହଟିଲା ଆନନ୍ଦବଜାର ଦର ତାଲିିକା

ପୁରୀ—ଶ୍ରୀମନ୍ଦର ପ୍ରଶାସନର ବିନା ଅନୁମତିରେ କେହି ଅବଢା ଦର ତାଲିକା ଆନନ୍ଦ ବଜାର ଭିତରେ ଲଗାଇଥିବା ଆଜି ଦେଖିବାକୁ ମିଳିଥିଲା । ଏହା ଦେଖିବାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଏହି ଦର ତାଲିକାକୁ ହଟାଇ ଦେଇଛନ୍ତି । ଏପରି ତାଲିକା କିଏ ଓ କାହିଁକି ଲଗାଇଲା ସେ ସମ୍ପର୍କରେ ତଦନ୍ତ କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟିର ଅନୁମୋଦନ କ୍ରମେ ଆନନ୍ଦ ବଜାରରେ ଅଭଡା ଦର ନିର୍ନ୍ଧାରଣ କରାଯିବ ବୋଲି ସ୍ଥିର କରାଯାଇଛି । କିନ୍ତୁ ଏହାକୁ ଏପର୍ଯ୍ୟନ୍ତ ଅନୁମୋଦନ କରାଯାଇ ନଥିବା ବେଳେ କିଏ ,କାହିଁକି,ଓ କେଉଁ ଉଦ୍ଦେଶ୍ୟରେ ଏଭଳି ଦର ତାଲିକା ଝୁଲାଇଛି ତାହା ଜଣାପଡିନାହିଁ ।ଆମିକସକ୍ୟୁରୀ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ଅନୁଧ୍ୟାନ କରୁଥିବା ବେଳେ ଏଭଳି ଘଟଣା ଘଟିବା ବିଭିନ୍ନ ମହଲରେ ଆଲୋଚନା ହେଉଛି । ଭକ୍ତ ମାନଙ୍କ ଠାରୁ ଆନନ୍ଦ ବଜାରରେ ମନଇଛା ଚଢାଦରରେ ଅବଢା ପାଇଁ ଟଙ୍କା ଆଦାୟ ଅଭିଯୋଗ ଦୃଷ୍ଟିରୁ ଏଣିକି ପରିଚାଳନା କମିଟିଦ୍ୱାରା ଅବଢାଦର ତାଲିକା ଆନନ୍ଦ ବଜାରରେ ଝୁଲାଯିବ ବୋଲି ନିଷ୍ପତି ହୋଇଥିଲା । କିନ୍ତୁ ଏଭଳି ନିଷ୍ପତି ପୁର୍ବରୁ କେହି ଦର ତାଲିକା ଝୁଲାଇବା ଘଟଣା ବିଭିନ୍ନ ମହଲରେ ଆଲୋଚନାର ବିଷୟ ହୋଇଛି ।

Share

Leave a Reply

Your email address will not be published. Required fields are marked *

fifteen − three =