ସ୍ତ୍ରୀ ଶବକୁ କାନ୍ଧରେ ବୋହି ସ୍ୱାମୀ ଚାଲିଲେ ୩୩ କିମି

ଆଉ ଜଣେ ଦାନ ମାଝୀ । ଆମ୍ବୁଲାନ୍ସ ପାଇଁ ପାଖରେ ଟଙ୍କା ନଥିଲା । ସ୍ତ୍ରୀ ଶବକୁ କାନ୍ଧରେ ବୋହି ସ୍ବାମୀ ଚାଲିଲେ ୩୩ କିମି ବାଟ । ଆନ୍ଧ୍ରରୁ ଆସିଲା ଓଡ଼ିଆ ଶ୍ରମିକ ଦମ୍ପତିଙ୍କ ହୃଦୟ ବିଦାରକ ଦୃଶ୍ୟ ।

ମିଳିଥିବା ସୂଚନା ଅନୁସାରେ ବାଟରେ ଏମାନଙ୍କୁ ଦେଖି ଆନ୍ଧ୍ର ପୋଲିସ ଆମ୍ବୁଲାନ୍ସ ବ୍ୟବସ୍ଥା କରି କୋରାପୁଟ ପଠାଇଥିଲେ । ବିଶାଖାପାଟଣାରେ ଶ୍ରମିକ ଭାବେ କାମ କରୁଥିଲେ ପଟାଙ୍ଗି ବ୍ଲକର ଗୁରୁ ଓ ତାଙ୍କ ପତ୍ନୀ । ଅସୁସ୍ଥ ପତ୍ନୀଙ୍କୁ ସାଗରବାଲାସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିତାପର ବିଷୟ ମୃତଦେହ ନେବାକୁ ସେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନେହୁରା ହୋଇଥିଲେ ମଧ୍ୟ ସେମାନେ ଶୁଣି ନଥିଲେ । ଫଳରେ ବାଧ୍ୟ ହୋଇ କାନ୍ଧରେ ପତ୍ନୀଙ୍କ ଶବକୁ ପକାଇ ପାଦରେ ଚାଲି ଚାଲି ଘର ଅଭିମୁଖେ ବାହାରିଥିଲେ ଗୁରୁ ।

Share

Leave a Reply

Your email address will not be published. Required fields are marked *

20 − fourteen =