ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଣାଣୀ ଆରମ୍ଭ ହୋଇଛି

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଣାଣୀ ଆରମ୍ଭ ହୋଇଛି । ପ୍ରକଳ୍ପକୁ ନେଇ ବହୁ ବାଦ ବିବାଦ ଦେଖାଦେବା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ପରିକ୍ରମା ପ୍ରକଳ୍ପ ପାଇଁ କୌଣସି ଅନୁମତି ଦିଆଯାଇ ନ ଥିବା ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନୀ କୋର୍ଟରେ ଯୁକ୍ତି ଦର୍ଶାଇଛନ୍ତି । ନିଷିଦ୍ଧାଞ୍ଚଳରେ ନିର୍ମାଣ ପାଇଁ ନିୟମ ନାହିଁ । ମାତ୍ର ରେଗୁଲେଟେଡ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ ବି ପ୍ରଶାସନ ଅନୁମତି ନେଇନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ଆମସାର୍ ଆକ୍ଟର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ଯୁକ୍ତି ଦର୍ଶାଇଛନ୍ତି ପାଭାନୀ । ତେବେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × 3 =