ସାର୍ବଜନୀନ ହେବନାହିଁ ବ୍ରହ୍ମ ବିଭ୍ରାଟ

ପୁରୀ—ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର ସମୟରେ ବ୍ରହ୍ମ ବିଭ୍ରାଟ ହୋଇଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତିା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷରେ ସୂଚନା ଦେଇ ସେ କହିଛନ୍ତି ଯେ ଏଥିରେ ୧୦/୧୫ ଜଣ ସେବାୟତ ସପୃକ୍ତ ଅଛନ୍ତି ଏବଂ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ କିନ୍ତୁ ଏହି ବହୁ ଚର୍ଚ୍ଚିତ ବ୍ରହ୍ମ ବିଭ୍ରାଟ ସମ୍ପର୍କରେ ତଥ୍ୟ ସାର୍ବଜନୀନ କରାଯିବନାହିଁ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ସାର୍ବଜନୀନ ହେବନାହିଁ । ଏପରିକି ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ମଧ୍ୟ ତାହା ମିଳିବ ନାହିଁ ।
ଶ୍ରୀ ମହାପାତ୍ର କହିଥିଲେ ଯେ ଶ୍ରୀମନ୍ଦିର ପ୍ରଶାସନ ଆଇନର ୨୧(ଖ) ଧାରା ଅନୁଯାୟୀ ବ୍ରହ୍ମ ବିଭ୍ରାଟରେ ସଂପୃକ୍ତ ଥିବା ସେବକ ମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ ପ୍ରଥମେ ସେମାନଙ୍କୁ କାରଶ ଦର୍ଶାଅ ନୋଟିସ ଦିଆଯିବା ସହିତ ୩ମାସ ମଧ୍ୟରେ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏହି ବୈଠକରେ ପୁରୀ ଗଜପତି ମହାରାଜ ଦିବ୍ୟସିଂଦେବ ଓ ଅନ୍ୟାନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ ।
ପୁର୍ବରୁ ବ୍ରହ୍ମ ବିଭ୍ରାଟ ସମ୍ପର୍କରେ ତଥ୍ୟ ପଦାକୁ ଆସିବ ବୋଲି ଯାହା ଆଶା କରାଯାଉଥିଲା ତାହା ହୋଇପାରିବ ନାହିଁ । ଏହି ରିପୋର୍ଟ ସବୁଦିନ ପାଇଁ ଲୁଚିଯିବ । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ଏଣିକି ଠାକୁରଙ୍କ ଧାଡି ଦର୍ଶନ ସହିତ ପ୍ରାୟ ୧୦ଟି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବ ଏବଂ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯିବ । ଠାକୁରଙ୍କ ଧାଡି ଦର୍ଶନ ଆସନ୍ତାମାସ ୧ତାରିଖରୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ ଏହା ବ୍ୟତୀତ ପ୍ରତି ସୋମବାର ବ୍ୟାଙ୍କ ଲକରରେ ଦାନ ସୁନା ରଖାଯିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ସଂସ୍କାର ନିୟମ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ମହାପାତ୍ର କହିଥିଲେ ।

Share

Leave a Reply

Your email address will not be published. Required fields are marked *

two × 3 =