ଲାଇ ୧୫ ରୁ ୨୫ତାରିଖ ମଧ୍ୟରେ ଜୟ ବିଜୟଦ୍ୱାର ମରାମତି ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,(): ଜଗମୋହନ ମରାମତି ପ୍ରସଙ୍ଗ ରେ ହାଇକୋର୍ଟରେ  ଆଜି  ଏ .ଏସ .ଆଇ ସତ୍ୟପାଠ  ଦାଖଲ କରିଥିଲା ବେଳେ  ଏନ. କେ.ମହାନ୍ତି କମିଶନ ଷ୍ଟାଟସ  ରିପୋର୍ଟ ଦାଖଲ କରିଛନ୍ତି। ଆସନ୍ତା ଜୁଲାଇ ୧୫ ରୁ ୨୫ତାରିଖ ମଧ୍ୟରେ ଜୟ ବିଜୟଦ୍ୱାର  ପରିସରରେ ଥିବା ଅସମ୍ପୁର୍ଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।ଦିନକୁ ୧୨ ଘଣ୍ଟା ଲେଖା କାର୍ଯ୍ୟକରି ୧୦ ଦିନ ମଧ୍ୟରେ କାମ ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  । ଏଥିସହ  ମାଉସୀ ମା ମନ୍ଦିର ଓ ଗୁଣ୍ଡିଚା ମନ୍ଦିରର ସ୍ଥିତି ସଂପର୍କରେ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା କାର୍ଯ୍ୟର ସ୍ଥିତି ସଂପର୍କରେ ସତ୍ୟପାଠ ଜରିଆରେ ଜଣାଇବାକୁ ଉଭୟ ରାଜ୍ୟ ସରକାର ଓ ଏ .ଏସ .ଆଇକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମରାମତି କାର୍ଯ୍ୟରେ କିଛି ତ୍ରୁଟି ପରିଲକ୍ଷିତ ହେଲେ ଏହା ସଂପର୍କରେ ଏ .ଏସ .ଆଇ ଖଣ୍ଡପୀଠଙ୍କୁ ଅବଗତ କରିପାରିବେ ବୋଲି କୋର୍ଟ କହିଛନ୍ତି। ଆସନ୍ତା ଜୁଲାଇ  ୩୦ ରେ ମାମଲାର ପରବର୍ତ୍ତୀ ଶୁଣାଣି।
Share

Leave a Reply

Your email address will not be published. Required fields are marked *

4 × five =