ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଜୁନ ୧୦ରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ । ମେ ୨୪ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଜୁନ ୧୦ରେ ଓଡ଼ିଶାର ୩ଟି ଆସନ ପାଇଁ ନିର୍ବାଚନ ହେବ ।  ମେ ୩୧ ରହିଛି ରାଜ୍ୟସଭା ନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲର ଶେଷ ଦିନ । ପରେ ୧ ଜୁନରେ ହେବ ପ୍ରାର୍ଥିପତ୍ର ଯାଞ୍ଚ । ୩ ଜୁନରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ । ପରେ ଜୁନ ୧୦ରେ ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ହେବ ଭୋଟିଂ ।

ଜୁନ ୧୩ସୁଦ୍ଧା ସରିବ ନିର୍ବାଚନ ପ୍ରକ୍ରିୟା । ଓଡ଼ିଶାର ଏନ ଭାସ୍କର ରାଓ, ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟଙ୍କର କାର୍ଯ୍ୟକାଳ ସରୁଛି । ଜୁଲାଇ ୧ରେ ୩ଜଣଙ୍କର କାର୍ଯ୍ୟକାଳ ସରିବ ।  ୨୮ ଜୁନ ୨୦୧୯ ରେ ଦାୟିତ୍ୱ ନେଇଥିଲେ ସସ୍ମିତ ପାତ୍ର । ୨ ଜୁଲାଇ ୨୦୧୬ରେ ଦାୟିତ୍ୱ ନେଇଥିଲେ ଭାସ୍କର ରାଓ । ସେହିପରି ୨ ଜୁଲାଇ ୨୦୧୬ରେ ଦାୟିତ୍ୱ ନେଇଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଦେଶର ୧୫ଟି ରାଜ୍ୟର ୫୭ଟି ଆସନରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ ।

ଦେଶର ସମୁଦାୟ ୧୮ଟି ରାଜ୍ୟର ୫୭ଟି ଆସନରେ ହେେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ  । କାର୍ଯ୍ୟକାଳ ସରୁଥିବା ସମସ୍ତ ଆସନରେ ହିଁ ଅନୁଷ୍ଠିତ ହେବ ନିର୍ବାଚନ  । ଏହି ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ପଞ୍ଜାବ, ରାଜସ୍ଥାନ, ଉତ୍ତରାଖଣ୍ଡ, ବିହାର, ଝାଡ଼ଖଣ୍ଡ ଏବଂ ହରିୟାଣା ରହିଛି  ।

Share

Leave a Reply

Your email address will not be published. Required fields are marked *

seventeen − three =