ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ, ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ରାତି ତାପମାତ୍ରା ଧିରେ ଧିରେ ହ୍ରାସ ପାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଥଣ୍ଡା ଅନୁଭୂତ ହେଲାଣି । ବିଭିନ୍ନ ସ୍ଥାନରେ ଘନ କୁହୁଡି ମଧ୍ୟ ପଡିଲାଣି । ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଶୀତ ।

ଗତକାଲି ଜିଲ୍ଲାରେ ସର୍ବନିମ୍ନ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ସର୍ବାଧିକ ଶୀତ ଅନୁଭୁତ ହେଉଛି । ଗତକାଲି ଶିମିଳିପାଳ ଅଭୟାରଣ୍ୟ ଉପରବାରା କାମୁଡାରେ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଶୀତ ସହ ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ଜିଲ୍ଲାର ଶୁକୃଳି,ରରୁଆ, ଯଶିପୁର ଅଞ୍ଚଳରେ ପ୍ରବଳ କୁହୁଡି ପଡୁଛି । ଶୀତରୁ ରକ୍ଷା ପାଇବାକୁ ଲୋକ ନିଆଁ ପୁଇଁ ହେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

12 + 8 =