ରାଜ୍ୟରେ ୬୦ରୁ ଅଧିକ ମହାବଳବାଘ ଅଛନ୍ତି

ଭୁବନେଶ୍ୱର—ରାଜ୍ୟର ୩ଟି ସ୍ଥାନରେ ମହାବଳବାଘ ଥିବାର ସନ୍ଧାନ ମିଳିଛି । ରାୟଗଡା ଜିଲ୍ଲାର ମୁନିଗୁଡା, ଦେବ୍ରିଗଡ , ସୁନାବେଡା ଓ ସୁନ୍ଦରଗଡ ଜିଲ୍ଲାର ହେମଗିରି ଅଂଚଳରେ ମହାବଳବାଘ ଥିବା ଜଣାପଡିଛି । ଜଙ୍ଗଲ ବିଭାଗ ପକ୍ଷରୁ ହୋଇଥିବା ଅନୁସନ୍ଧାନରୁ ଏହି ତଥ୍ୟ ମିଳିଛି । ଏହି ସବୁ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିବା ପରେ ଏହି ତଥ୍ୟ ମିଳିଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହି ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ବର୍ତମାନ ରାଜ୍ୟରେ ୬୦ରୁ ଅଧିକ ମହାବଳବାଘ ଥିବା ଜଣାପଡିଛି । ସୁନାବେଡା ଓ ଦେବ୍ରିଗଡକୁ ବାଘଅଭୟାରଣ୍ୟ ରୂପେ ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାହୋଇଛି ।

Share

Leave a Reply

Your email address will not be published. Required fields are marked *

five × 4 =