ରାଜଧାନୀରେ ଉଚ୍ଛେଦ ଉଠା ଦୋକାନୀଙ୍କ ପାଇଁ ଶୀଘ୍ର ହେବ ଭେଣ୍ଡିଂ ଜୋନ

ରାଜଧାନୀରେ ଉଚ୍ଛେଦ ଉଠା ଦୋକାନୀଙ୍କ ପାଇଁ ଶୀଘ୍ର ହେବ ଭେଣ୍ଡିଜୋନ। ୩୪ଟି ଭେଣ୍ଡିଜୋନ ଆବେଦନ କରିଛି ବିଏମସି ସେଥିମଧ୍ୟରୁ ୧୮ଟିକୁ ମିଳିଯାଇଛି ଅନୁମତି। ହକି ବିଶ୍ୱକପ ପାଇଁ ଉଚ୍ଛେଦ ହୋଇଥିବା ଦୋକାନୀଙ୍କୁ ଅତ୍ୟାଧୁନିକ ଭେଣ୍ଡିଜୋନ କରି ଥଇଥାନ କରିବାକୁ ଯୋଜନା କରୁଛି ବିଏମସି।

ରାସ୍ତା କଡ଼ ଦୋକାନୀଙ୍କ ପାଇଁ ଖୁସି ଖବର। ସମସ୍ତଙ୍କୁ ଶୀଘ୍ର ବିଏମସି ଯୋଗାଇ ଦେବ ଅତ୍ୟାଧୁନିକ ଭେଣ୍ଡିଜୋନ। ପୁରୁଣା ଟିଣ ଘର ପରିବର୍ତ୍ତେ ନୂଆ ଶୈଳୀର ଘର ସହିତ ସବୁ ସୁବିଧା ମିଳିବ ଏହି ଭେଣ୍ଡିଜୋନରେ। ଲୋକ ଜିନିଷ କିଣିବାକୁ ଆସିଲେ ପାର୍କିଂ ସୁବିଧା ପାଇବେ ଏହା ସହିତ ଶୌଚାଳୟ ମଧ୍ୟ କରାଯିବ।

ମହାନଗରରେ ଏବେ ୨୦ ହଜାର ଦୋକାନୀ ପଞ୍ଜିକୃତ କରିଥିବା ବେଳେ ଆଗକୁ ଏହି ପଞ୍ଜିକୃତ ସଂଖ୍ୟା ବୃଦ୍ଧି ସହିତ ଅଧିକ ଉଠା ଦୋକାନୀଙ୍କୁ ସାମିଲ ପାଇଁ ଯୋଜନା କରାଯାଉଛି।

Share

Leave a Reply

Your email address will not be published. Required fields are marked *

19 + 18 =