ରାଉରକେଲା ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟର ଆଜି ହେବ ସମୀକ୍ଷା

ଦେଶର ସର୍ବବୃହତ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟର ଅଗ୍ରଗତିର ଆଜି ସମୀକ୍ଷା କରିବେ ଏଫଆଇଏଚ, ହକି ଇଣ୍ଡିଆ ଓ କ୍ରୀଡା ବିଭାଗର ବରିଷ୍ଠ ଅଧିକାରୀ । ଆଜି ରାଉରକେଲା ଗସ୍ତରେ ଆସି ବିପିୟୁଟି ପରିସରରେ ନିର୍ମିତ ହେଉଥିବା ସର୍ବ ବୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବେ । ଏଫଆଇଏଚର କାମଚଳା ସଭାପତି, ସିଇଓ, ସିନିଅର ସ୍ପୋର୍ଟସ ମ୍ୟାନେଜର, କମ୍ୟୁନିକେସନ ମ୍ୟାନେଜର ରାଉରକେଲା ଆସିବେ । ହକି ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଆଜି ରାଉରକେଲା ଆସିବେ । ଇଡକୋ ମୁଖ୍ୟ ହେମନ୍ତ ଶର୍ମା ଓ କ୍ରୀଡ଼ା ସଚିବ ଆର ଭିନିଲ କ୍ରୀଷ୍ଣା ମଧ୍ୟ ଆସିବେ । ଆସନ୍ତାବର୍ଷ ପୁରୁଷ ବିଶ୍ଵକପ ହକିର କିଛି ମ୍ୟାଚ ନୂଆ ଷ୍ଟାଡିୟମରେ ଖେଳାଯିବ ।

Share

Leave a Reply

Your email address will not be published. Required fields are marked *

ten + 12 =