ରଶ୍ମିରେଖା ଆତ୍ମହତ୍ୟା ମାମଲା:ଥାନାରେ ବୟଫ୍ରେଣ୍ଡ ସନ୍ତୋଷ

ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା । ନୟାପଲ୍ଲୀ ଥାନାରେ ହାଜର ହେଲେ ବୟଫ୍ରେଣ୍ଡ ସନ୍ତୋଷ ପାତ୍ର । ଏସିପି ଙ୍କ ନେତୃତ୍ୱରେ ସନ୍ତୋଷ ପାତ୍ର ଙ୍କୁ ପଚରାଉଚରା । ଗତକାଲି ପୂର୍ବତନ ବୟ ଫ୍ରେଣ୍ଡ ରାଜାଙ୍କୁ ପଚରାଉଚରା ହୋଇଥିଲା ।
ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ଲିଭ ଇନ୍ ରିଲେନ୍ସିପ ରେ ରଶ୍ମିଙ୍କ ସହ ଥିଲେ । ତାଙ୍କୁ ନୋଟିସ୍ ଜାରି କରିଥିଲା ପୋଲିସ । ଏପରିକି ତାଙ୍କ ଫୋନ ସ୍ୱଚ ଅଫ ମଧ୍ୟ ଆସୁଥିଲା । ଝିଅର ମୃତ୍ୟୁ ନେଇ ରଶ୍ମିରେଖାଙ୍କ ପରିବାର ଲୋକ ମଧ୍ୟ ସନ୍ତୋଷ ପାତ୍ର ଙ୍କୁ ଦାୟୀ କରି ଆସୁଛନ୍ତି ।ଆଜି ଥାନାରେ ହାଜର ହୋଇଛନ୍ତି ବୟଫ୍ରେଣ୍ଡ ସନ୍ତୋଷ ।
ସୂଚନା ଅନୁଯାୟୀ, ଭଡା ଘରୁ ଝୁଲନ୍ତା ଅବସ୍ଥାରେ ଟେଲି ଅଭିନେତ୍ରୀ ରଶ୍ମି ରେଖା ଓଝାଙ୍କ ମୃତଦେହ ମିଳିଥିଲା । ମୃତଦେହ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା । ସେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ରହିଛି ସେ ନେଇ ସସପେନ୍ସ ଲାଗି ରହିଥିଲା । କିନ୍ତୁ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଛି । ରଶ୍ମିରେଖାଙ୍କ ମୃତ୍ୟୁ ସୁଇସାଇଡାଲ୍ ହ୍ୟାଙ୍ଗିଙ୍ଗ ଜନିତ ବୋଲିପୋଷ୍ଟ ମର୍ଟମ ରିପୋର୍ଟରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

thirteen + eleven =