ମାର୍ଚ୍ଚ ୧୬ରୁ ୧୨-୧୪ ବର୍ଷ ବୟସର ପିଲାଙ୍କୁ ଦିଆଯିବ ଟିକା

ଦେଶରେ ୧୨ ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ମାର୍ଚ୍ଚ ୧୬ରୁ ଟିକା ଦିଆଯିବ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୋମବାର ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ସୂଚନାନୁସାରେ, ୧୨ ରୁ ୧୪ ବର୍ଷ ବୟସର ପିଲାଙ୍କୁ ବାୟୋଲୋଜିକାଲ- ଇ କମ୍ପାନୀର ‘କୋର୍ବୋଭାକ୍ସ’ ଟିକା ଦିଆଯିବ |
ଟିକାକରଣ ପାଇଁ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ) ଏହି ବୟସ ଶ୍ରେଣୀର ହିତାଧିକାରୀଙ୍କ ପାଇଁ ଟିକାକରଣ ପାଇଁ ସୁପାରିସ କରିଥିଲେ।
ଏହାଛଡ଼ା ୬୦ ଏବଂ ତଦୁର୍ଦ୍ଧ୍ୱ ବୟସର ସବୁ ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ କେବଳ ଗୁରୁତର ରୋଗରେ ପୀଡ଼ିତ ୬୦ରୁ ଊର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯାଉଥିଲା ।
ଗତ ବର୍ଷ ଜାନୁଆରୀ ୧୬ରେ ସାରା ଦେଶରେ କରୋନା ବିରୋଧରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା | ଏହାପରେ ଚଳିତ ବର୍ଷ ଜାନୁୟାରୀ ୧୦ରୁ ସ୍ୱାସ୍ଥ୍ୟ ସେବା କର୍ମଚାରୀ, ସମ୍ମୁଖଭାଗ ଯୋଦ୍ଧାଙ ଏବଂ ଗୁରୁତର ରୋଗର ପୀଡ଼ିତ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବା ଆରମ୍ଭ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

sixteen + eighteen =