ଭୁବନେଶ୍ୱରରେ ହେବ ଶିଶୁ ବିଗ୍ୟାନ କଂଗ୍ରେସ

ଭବନେଶ୍ୱର–ଆସନ୍ତା ଡିସେମ୍ବର ମାସ ୨୭ ରୁ ୩୧ତାରୀଖ ପର୍ଯ୍ୟନ୍ତ ୫ଦିନ ଧରି ଭୁବନେଶ୍ୱର ଠାରେ ଜାତୀୟ ଶିଶୁ ବିଗ୍ୟାନ କଂଗ୍ରେସ ଅନୁଷ୍ଠିତ ହେବାକୁ ଯାଉଛି । ୧୦ରୁ ୧୭ ବର୍ଷ ବୟସର ୮୦୦ ଜଣ ଛାତ୍ରଛାତ୍ରୀ ଏହି ବିଗ୍ୟାନ କଂଗ୍ରେସରେ ଯୋଗ ଦେବେ । ଏହା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ନ୍ୟାସନାଲ କାଉନସିଲ ଫର ସାଇନ୍ସ ଆଣ୍ଡ ଟେକନୋଲୋଜି କମୁନିକେସନ ର ସହଯୋଗରେ ଅନୁଷ୍ଠିତ ହେବ । ସ୍କୁଲରେ ପାଠ ପଢୁଥିବା ପିଲାଙ୍କ ସମେତ କିଛି ଭିନ୍ନକ୍ଷମ ଏବଂ ସ୍କୁଲକୁ ଯାଉନଥିବା ଶିଶୁମାନେ ମଧ୍ୟ ଏଥିରେ ସାମିଲ ହୋଇପାରିବେ । ଏହି ଶିଶୁ ବିଗ୍ୟାନ କଂଗ୍ରେସ ଅଧିବେଶନ ଦେଶର ୨୬ତମ ଏବଂ ଓଡିଶାରେ ୨ୟ ଅଧିବେଶନ ହେବ ବୋଲି ସୋଆ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଅମିତ ବାର୍ନାଜୀ ଜାତୀୟ ଶିଶୁ ବିଗ୍ୟାନ କଂଗ୍ରେସ ଏକାଡେମୀର ଅଧକ୍ଷ ଡ. ଟି ପି ରଘୁନାଥ ଏବଂ ସଭ୍ୟ ଡ. ଲଳିତ ଶର୍ମା ସାମ୍ବାଦିକ ମାନଙ୍କୁ ସୁଚନା ଦେଇଛନ୍ତି । ଏହି ଜାତୀୟ ଶିଶୁ ବିଗ୍ୟାନ କଂଗ୍ରେସର ମୁଖ୍ୟ ପ୍ରସଙ୍ଗ ରହିବ “ସ୍ୱଛ ସବୁଜ ଏବଂ ସ୍ୱସ୍ଥ ଦେଶ ପାଇଁ ବିଗ୍ୟାନ ପ୍ରଯୁକ୍ତି ବିଦ୍ୟା ଓ ନୂତନ ପ୍ରବର୍ତନ”

Share

Leave a Reply

Your email address will not be published. Required fields are marked *

10 − 7 =