ଭଡାଘରୁ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱ ରର ଶ୍ରୀବିହାରର ଏକ ଘରୁ ଜଣେ ଡାକ୍ତରାଣୀଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ତାଙ୍କ ନାଁ ମନସ୍ୱିନୀ ବାରିକ। ସେ ଜଣେ ହୋମିଓପାଥି ଡାକ୍ତର ଥିଲେ। ସୂଚନା ଅନୁଯାୟୀ, ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଡାକ୍ତରଖାନାରେ ଡା. ମନସ୍ୱିନୀ ବାରିକ (୨୬ ବର୍ଷ)ନାମକ ଜଣେ ଡାକ୍ତରାଣୀ ଗେଷ୍ଟ ଡାକ୍ତରଭାବେ କାର‌୍ୟ୍ୟ କରୁଥିଲେ। ସେ ଶ୍ରୀବିହାର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ପ୍ରତିଦିନ ତାଙ୍କ ସମ୍ପୃକ୍ତ ଡାକ୍ତରଖାନାର ଗାଡ଼ି ଯାଇ ତାଙ୍କୁ ଡାକ୍ତରଖାନାକୁ ଆଣିଥାଏ। ଆଜି ସକାଳେ ଗାଡ଼ି ଯାଇଥିଲେ ମଧ୍ୟ ଡା. ବାରିକ ଘରର କବାଟ ଖୋଲି ନ ଥିଲେ। ଫଳରେ ଗାଡ଼ି ଫେରି ଆସିଥିଲା। ଘରର କବାଟ ଭିତରୁ ଦିଆଯାଇଥିବା ବେଳେ ଡାକ୍ତର ବାରିକ କବାଟ ନ ଖୋଲିବାରୁ ଡ଼ାକ୍ତରଖାନାର ଅନ୍ୟ କର୍ମଚାରମାନେ ଏ ସମ୍ପର୍କରେ ଅନୁସନ୍ଧାନ ପାଇଁ ପୁଣି ଥରେ ତାଙ୍କ ଭଡ଼ାଘରକୁ ଯାଇଥିଲେ।। ଝରକା ବାଟେ ଦେଖିବାରୁ ସେ ବେଡ୍ ଉପରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ ଏ ସମ୍ପର୍କରେ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ଖବର ଦେଇଥଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତରେ ପଶିଥିଲେ। ସେଠାରେ ଡା. ବାରିକ ମୃତଦେହ ପଡ଼ିଥିବା ଦେଖି ଏହାକୁ ଜବତ କରି ବ୍ୟବଛେଦ ପାଇଁ କ୍ୟାପିଯାଲ ହସ୍ପିଟାଲକୁ ପଠାଇଛନ୍ତି। ଘଟଣାସ୍ଥଳରୁ ପୁଲିସ ଏକଇଞ୍ଜେକ୍ସନ ସିରିଞ୍ଜ ଜବତ କରିଛି।

Share

Leave a Reply

Your email address will not be published. Required fields are marked *

7 + fourteen =