ବିଜେପି ଟାର୍ଗେଟରେ ଓଡିଶାର ଏକ କୋଟି ପରିବାର

ଆସନ୍ତା ୨୦୨୪ ନିର୍ବାଚନରେ ଓଡିଶାକୁ ବିଜେଡି ମୁକ୍ତ ଶାସନ ଦେବା ପାଇଁ ଆଜି ଏଠାରେ ଅନୁଷ୍ଠିତ ବିଜେପି ରାଜ୍ୟ କାର୍ଯ୍ୟକାରୀ ଣି ବୈଠକରେ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି କୁ କାର୍ଯ୍ୟକାରୀ କରିବା ପାଇଁ ବିଜେପି ଓଡିଶାର ୧ କୋଟି ପରିବାରଙ୍କୁ ଭେଟି ସେମାନଙ୍କୁ ସଚେତନ କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆଜି ଏଠାରେ ରାଜ୍ୟ କାର୍ଯ୍ୟକାରୀଣି ବୈଠକ ଦଳର ସଭାପତି ଯୋଗ ଦେଇଥିଲେ ।

ଦିନ ତଳେ ଦିଲ୍ଲୀରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ଲାଗି ଦୁର୍ବଳ ସ୍ଥାନଗୁଡିକରେ ଅଭିଜ୍ଞ ଏବଂ ବରିଷ୍ଠ ନେତୃତ୍ୱଙ୍କୁ ଦାୟିତ୍ୱ ଦିଆଯାଇପାରେ । ୨୦୧୯ ପରେ ରାଜ୍ୟରେ ହୋଇଥିବା ୮ଟି ଉପ-ନିର୍ବାଚ୍ଚନରୁ ୭ଟିରେ ବିଜେପି ହାରିଥିବାରୁ, ଦଳୀୟ ସଂଗଠନକୁ ଆମୂଳଚୁଳ ପରିବର୍ତନ କରିପାରନ୍ତି ମନମୋହନ ।

Share

Leave a Reply

Your email address will not be published. Required fields are marked *

three − one =