ବାହା ହେବାକୁ କହି ଆସିଲେନି ତିର୍ତ୍ତୋଲ ବିଧାୟକ

ବାହା ହେବାକୁ କହି ଆସିଲେନି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ତାଙ୍କ ପ୍ରେମିକା ଏହି ବଡ଼ ଅଭିଯୋଗ କରିଛନ୍ତି। ବିବାହ ପାଇଁ କୋର୍ଟକୁ ଆସିବାକୁ କହି ବିଜୟ ଆସିନଥିବା ଅଭିଯୋଗ ହୋଇଛି। ଗତ ମାସ ୧୭ରେ ବିଜୟ ଓ ତାଙ୍କ ପ୍ରେମିକା ସବରେଜିଷ୍ଟ୍ରୀ ଅଫିସ୍ରେ ବିବାହ ପଞ୍ଜୀକରଣ ଆବେଦନ କରିଥିଲେ।

ଆବେଦନର ମାସକ ପରେ ଆଜି କଥା ମୁତାବକ ସବରେଜିଷ୍ଟ୍ରୀ ଅଫିସ୍ରେ ପଞ୍ଜୀକରଣ ପାଇଁ ପହଞ୍ଚିଥିଲେ ପ୍ରେମିକା। ତେବେ ଦୀର୍ଘ ସମୟ ଅପେକ୍ଷା କଲା ପରେ ବି ବିଧାୟକ ଆସିନଥିଲେ। ବିଧାୟକ ନଆସିବାରୁ ବାଧ୍ୟ ହୋଇ ତାଙ୍କ ପ୍ରେମିକା ଫେରି ଯାଇଥିଲେ। ଏହି ଆଧାରରେ ବିଜୟ ଶଙ୍କର ପ୍ରତିଶ୍ରୁତି ଦେଇ ରଖିନଥିବା ତାଙ୍କ ପ୍ରେମିକା ଅଭିଯୋଗ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Share

Leave a Reply

Your email address will not be published. Required fields are marked *

five × 5 =