ବାରବାଟୀ ମ୍ୟାଚ ଦେଖିବାକୁ ଯିବେ ମୁଖ୍ୟମନ୍ତ୍ରୀ

ବାରବାଟୀରେ ଖେଳାଯିବ ଭାରତ-ସାଉଥ ଆଫ୍ରିକା T-20 ମ୍ୟାଚ । ଏନେଇ ଚଳଚଂଚଳ ହୋଇପଡିଛି ବାରବାଟୀ | ସେପଟେ ବାରବାଟୀ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଖେଳ ପାଇଁ କଡ୍ଦା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ତେବେ ମ୍ୟାଚ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଏହି ମ୍ୟାଚ୍ ପୂରା ରାଜ୍ୟବାସୀ ବେଶି ଉତ୍ସାହିତ ଅଛନ୍ତି । ବିଶେଷକରି କଟକିଆ ବେଶ ଉତ୍ସାହୀତ ହୋଇପଡିଛନ୍ତି । ହେଲେ ଏମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ଉତ୍ସାହୀତ ଥିବା କହିଛନ୍ତି ଜିଲ୍ଲାପାଳ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମ୍ୟାଚ୍ ଦେଖିବାକୁ ବାରବାଟୀ ଆସିପାରନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି ।

ତାଙ୍କ ସହ ଅନ୍ୟ ଭିଆଇପି ବ୍ୟକ୍ତିବିଶେଷ ମଧ୍ୟ ଆସିବେ । ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସେମାନେ କେମିତି ଆସିବେ, କେଉଁଠି ବସିବେ ସେସବୁର ତଦାରଖ କରିଛନ୍ତି ଖୋଦ୍ ଜିଲ୍ଲାପାଳ ।

ଅନ୍ୟପଟେ, ଆଉ ଦିନକ ପରେ ଅର୍ଥାତ୍ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ। ଏଥିପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଦଳର ଖେଳାଳି। ଆଜି ଦିନ ଗୋଟାଏରେ ଦୁଇ ଦଳର ଖେଳାଳି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ଖେଳାଳିଙ୍କୁ କଡ଼ା ସୁରକ୍ଷା ଭିତରେ ହୋଟେଲକୁ ପାଛୋଟି ନିଆଯିବ।

Share

Leave a Reply

Your email address will not be published. Required fields are marked *

2 × 1 =