ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀଙ୍କ ପଦବୀ ବଦଳିଲା

ଭୁବନେଶ୍ୱର , ୧୮ା୯-  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟରତ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ( ପୁରୁଷ ଓମହିଳା )ଙ୍କ ପଦ (ଡେଜିଗ୍ନେସନ) ବଦଳିଲା । ଏଣିକ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ(ପରୁଷ)ମାନେ ବହୁମୁଖୀ ସ୍ୱାସ୍ଥ୍ୟ ସହାୟକ(ଏମ୍.ପି.ଏଚ୍.ଏ) ରୂପେ ପରିଗଣିତ ହେବେ । ସେହିପରି ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ମହିଳା)ମାନେ ଏ.ଏନ୍.ଏମ୍ ଭାବେ ପରିଗଣିତ ହେବେ । ପ୍ରକାଶ ଥାଉକି ଏହି ଏମ୍.ପି.ଏଚ୍.ଡବ୍ଲୁ ( ପୁରୁଷ ଓ ମହିଳା )ମାନେ ସେମାନଙ୍କର ପଦ(  ଡେଜିଗ୍ନେସନ) ପରିବର୍ତନ ନିମନ୍ତେ ଦାବି କରିଆସୁଥିଲେ । ସେମାନଙ୍କ ଅନୁରୋଧ ବିଚାରକୁ ନେଇ ସେମାନଙ୍କ ପଦ( ଡେଜିଗ୍ନେସନ) ପରିବର୍ତନ କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କ ଠାରୁ ପ୍ରକାଶ

Share

Leave a Reply

Your email address will not be published. Required fields are marked *

12 − four =