ବସ୍ତିରେ ଓଏନଏସଏମର ହୋଲି ଉତ୍ସବ

ଭୁବନେଶ୍ୱର : ହୋଲିକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଥାଏ। କିନ୍ତୁ ସମାଜର ଗରିବ ପିଲାମାନଙ୍କ ମନରେ ହୋଲି ଉତ୍ସବ ପାଳିବାକୁ ଢେର ସାରା ସ୍ୱପ୍ନ ରହିଥିଲେ ହେଁ ଅର୍ଥାଭାବରୁ ତାହା ପୂରଣ ହୋିପାରିନଥାଏ। ଏଭଳି ଅବହେଳିତ ପିଲାମାନଙ୍କ ମନରେ ମଉଳି ଯାଉଥିବା ସ୍ୱପ୍ନକୁ ରାଜଧାନୀର ଓଏନଏସଏମର ସଦସ୍ୟମାନେ ପୂରଣ କରିବା ପାଇଁ ଉଦ୍ୟମ କରିଥିଲେ।

ଏଥିପାଇଁ ଓଏନଏସଏମର ସଦସ୍ୟମାନେ ଚନ୍ଦ୍ରଶେଖରପୁର ପାଣି ଟାଙ୍କି ବସ୍ତିକୁ ଯାଇ ସେଠାକାର ପିଲାମାନଙ୍କ ସହିତ ହୋଲି ଉତ୍ସବ ପାଳନ କରିଥିଲେ। ଓଏନଏସଏମର ଉଦ୍ୟମ ଫଳରେ ସେହି ବସ୍ତିର ପିଲାମାନଙ୍କ ମନରେ କୁସିର ଲହରି ଖେଳିଯାଇଥିଲା।

ଏହି ହୋଲି ଉତ୍ସବରେ ଓଏନଏସଏମର ସଭାନେତ୍ରୀ ମଧୁମିତା ରଥ, ସାଧାରଣ ସମ୍ପାଦିକା ମୀନାରାଣୀ ନାୟକ, ନିବେଦିତା ଲେଙ୍କା ଓ ଅନ୍ୟ ସଦସ୍ୟମାନେ ଯୋଗଦେଇଥିଲେ।

Share

Leave a Reply

Your email address will not be published. Required fields are marked *

2 × 4 =