ବଜ୍ରପାତ ରେ ଗଲ ୩ ଜୀବନ

ବଜ୍ରାଘାତରେ ୩ ଜଣ ପ୍ରାଣ ହରାଇଛନ୍ତି ଏବଂ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛିଖୋର୍ଦ୍ଧା ଅଞ୍ଚଳରେ ବଜ୍ରପାତରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ହେଲେ ସାରୁଅ ଗାଁର ପରମାନନ୍ଦ ମହାଭୋଇ ଓ କୁଞ୍ଜୁରୀ ଗାଁର ସଂଜୟ ନାୟକ। ଆହତଙ୍କ ମଧ୍ୟରେ ଅଛନ୍ତି କୁଞ୍ଜରି ଗାଁର ଦୀନେଶ ନାୟକ, ବବିତା ନାୟକ ଓ ପୁବୁସାହିର ରମେଶ ସେଠୀ। ଏମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ବଜ୍ରପାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ମହିଳା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଧାନ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ବିଜାତଳା ଗାଁର ହୀରା ମୁର୍ମୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

18 − seven =