ପରିବେଶ ଦିବସରେ ନବରଙ୍ଗପୁର ପ୍ରଶାସନର ଅଭିନବ ପ୍ରୟାସ

ନବରଙ୍ଗପୁର: ଆଜି ବିଶ୍ୱ ପରିବେଶ ଦିବସ । ଗଛ ଆମ ପରିବେଶକୁ ସୁସ୍ଥ ରଖିଥାଏ । ଅମ୍ଳଜାନ ଅଭାବରୁ ଯେଭଳି କାହାର ମୃତ୍ୟୁ ନହେଉ ଏହି ଉଦ୍ଦେଶ୍ୟରେ ଗଛ ଲଗାଯାଉଛି । ତେବେ ଏହାରି ଭିତରେ ନବରଙ୍ଗପୁର ପ୍ରଶାସନ ପକ୍ଷରୁ ଦେଖିବାକୁ ମିଳିଛି ଅଭିନବ ପ୍ରୟାସ । ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଦିବଂଗତ ୧୧୪ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ଗଛ ଲଗାଇଲେ ଜିଲ୍ଲାପ୍ରଶାସନ । ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ ନୂଆଗଡ଼ ମୌଜାର ଥିବା ଓଁ ଶାନ୍ତି ର ଆନନ୍ଦ ସରୋବର ଏବଂ ନବରଙ୍ଗପୁର ପୁଲିସ ରିଜର୍ଭ ପଡିଆ ଠାରେ ୧୧୪ ଗୋଟି ଆମ୍ବ ଗଛ ରୋପଣ ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଛି।

Share

Leave a Reply

Your email address will not be published. Required fields are marked *

3 × 4 =