ନୟାଗଡ଼ରେ ବ୍ରିଜ୍ ତଳକୁ ଖସି ଜଳିଗଲା ପେଟ୍ରୋଲ୍ ଟ୍ୟାଙ୍କର: ଚାଲିଗଲା ୩ ଜଣଙ୍କ ଜୀବନ

ନୟାଗଡ଼ ଇଟାମାଟି ଥାନା ସାନପଣ୍ଡୁସର ନିକଟରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା | ବ୍ରିଜ୍ ତଳକୁ ଖସି ଜଳି ଯାଇଛି ଏକ ପେଟ୍ରୋଲ୍ ଟ୍ୟାଙ୍କର । ଫଳରେ ଏହି ଭୟଙ୍କର ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗାଡି ଭିତରେ ଫସି ରହିଥିବା ଅନୁମାନ କରାଯାଉଛି । ସମସ୍ତ ମୃତାହାତ ସାନପଣ୍ଡୁସର ଗାଁର ବୋଲି ଜଣାପଡିଛି |

ଖବର ଅନୁଯାୟୀ, ଟ୍ୟାଙ୍କରଟି ପାରାଦୀପରୁ ଅନୁଗୋଳ ଯାଉଥିବା ବେଳେ ବିଳମ୍ବିତ ରାତିରେ କୌଣସି କାରଣରୁ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ସାନପଣ୍ଡୁସର ବ୍ରିଜ୍ ତଳକୁ ଖସିପଡିଥିଲା । ପରେ ଟ୍ୟାଙ୍କରଟି ନିଆଁ ଲାଗିଯିବା ବେଳେ ପ୍ରଥମେ ଜଳିଯାଇଥିବା ଦୁଇଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ୍ ପଠାଇଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମୃତ ଦୁଇଜଣଙ୍କ ପରିଚୟ ମିଳିଛି , ସେମାନେ ହେଲେ ସାନପଣ୍ଡୁସର ଗାଁର ଦିପୁ ଏବଂ ବରି । ଏବେବି ଆହୁରି ଜଣେ ଗାଡି ଭିତରେ ଫସିରହିଯାଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

12 − 5 =