ନିଆଁରେ ପୋଡି ହୋଇ ମହିଳା ଓ୍ବାର୍ଡମେମ୍ବରଙ୍କ ମୃତ୍ୟୁ

ନିଆଁରେ ପୋଡି ହୋଇ ମହିଳା ଓ୍ବାର୍ଡମେମ୍ବରଙ୍କ ମୃତ୍ୟୁ ଘଟିଛି।ମୃତ ମହିଳା ଜଣକ ହେଲେ ସରସ୍ବତୀ ସେଠୀ। ତିର୍ତ୍ତୋଲ ଥାନା ବିଦ୍ୟାଧରପୁର  ପଂଚାୟତ ବିଧାରପୁର ଗାଁ ରେ ଏହି ଅଘଟଣ ଘଟିଛି।

ବିଦ୍ୟାଦରପୁର ପଞ୍ଚାୟତ  ବିଧାରପୁର ଗାଁ ଏକ ନମ୍ବର ୱାର୍ଡର ସରସ୍ଵତୀ ସେଠୀଙ୍କ  ଶରୀରରେ କୌଣସି କାରଣବଶତଃ  ହଠାତ ନିଆଁ ଲାଗିଯାଇଥିଲା। ଏଥିରେ ସେ ପୋଡି ହୋଇ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।   ଏଥିସହ ଦୁଇ ବଖରା ବି ପୋଡି ଯାଇଛି ।  ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।  ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ଜଣା ପଡ଼ିନାହିଁ ।

Share

Leave a Reply

Your email address will not be published. Required fields are marked *

ten + seven =