ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ

ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ। ଜୀବନ ଥିବା ପର୍ଯ୍ୟନ୍ତ ଜେଲରେ ରହିବେ ଦୋଷୀ ସାବ୍ୟସ୍ତ ଫୁକନ ଓରଫ ଖୋକନ ମାଇତି। ଆଜୀବନ ସଜ୍ଜା ସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ। ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ପୋକସୋ ଅଦାଲତ। ଏହା ସହ ପିଡ଼ିତାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ। ଜିଲା ଆଇନସେବା ପ୍ରାଧିକରଣ ଜରିଆରେ ଦିଆଯିବ ଏହି ଅର୍ଥ ରାଶି।

ସୂଚନା ଯୋଗ୍ୟ କଟକ ମଙ୍ଗୁଳି ଛକ ଅଞ୍ଚଳରେ ଘଟିଥିଲା ଦୁଷ୍କର୍ମ। ୨୦୧୯ ଅକ୍ଟୋବର ୩୦ ରେ ଟାଙ୍ଗୀ ଥାନାରେ ରୁଜୁ ହୋଇଥିଲା ମାମଲା। ଆସାମୀ ପଶ୍ଚିମବଙ୍ଗ ପୂର୍ବମେଦିନାପୁର ଅଞ୍ଚଳର ଫେରିବାଲା। ନାବାଳିକାର ବାପା ମା ନଥିବା ବେଳେ ନିୟମିତ ଦୁଷ୍କର୍ମ କରୁଥିଲା। ନାବାଳିକାର ମା ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାକୁ ନେଇ ଫେରାର ହୋଇ ଯାଇଥିଲା।ପୂର୍ବମେଦିନାପୁରରୁ ନାବାଳିକାକୁ ଉଦ୍ଧାର କରିଥିଲା ପୋଲିସ। ନାବାଳିକାର ଏବେ ଏକ ପୁତ୍ର ସନ୍ତାନ ରହିଛି। ୧୧ ଜଣ ସାକ୍ଷୀ ଓ ୧୮ ଟି ତଥ୍ୟ ପ୍ରମାଣ ଆଧାରରେ ଏହି ସଜ୍ଜା ମିଳିଛି । ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ରମେଶ ମହାନ୍ତି।ନାବାଳିକାକୁ ନେଇ ଫେରାର ହୋଇ ଯାଇଥିଲା ଫୁକନ। ଟାଙ୍ଗୀ ପୋଲିସ ନାବାଳିକାକୁ ଉଦ୍ଧାର କରିବା ସହ ଆସାମୀକୁ ଗିରଫ କରିଥିଲା।

Share

Leave a Reply

Your email address will not be published. Required fields are marked *

five × five =