ନବ ଦାସଙ୍କ ବିୟୋଗରେ ରାଜ୍ୟରେ ତିନିଦିନ ଶୋକ, ଆଜି ଝାରସୁଗୁଡାରେ ଅନ୍ତିମ ସଂସ୍କାର

ଗୁଳିମାଡ଼ରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ୩ ଦିନ ଧରି ରାଜ୍ୟରେ ଶୋକ ପାଳନ ହେବ । ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସରକାରୀ ଭାବେ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ହେବନାହିଁ । ଆଜି ଝାରସୁଗୁଡ଼ାରେ ହେବ ନବ ଦାସଙ୍କ ଅନ୍ତିମ ସଂସ୍କାର । ଭୁବନେଶ୍ୱରରେ ସରକାରୀ ବାସଭବନରେ ନବ ଦାସଙ୍କ ମରଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଛି । ପରେ ଏହା ବିଜେଡି କାର୍ଯ୍ୟାଳୟକୁ ନିଆଯିବ, ସେଠାରୁ ମରଶରୀର ଝାରସୁଗୁଡ଼ା ନିଆଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ । ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ଶେଷକୃତ୍ୟ ବେଳେ ୩ ମନ୍ତ୍ରୀ ଉପସ୍ଥିତ ରହି ସମ୍ମାନ ଜଣାଇବେ ।

Share

Leave a Reply

Your email address will not be published. Required fields are marked *

1 × 1 =