ନବଜାତକର ଜୀବନ ବଞ୍ଚାଇଲେ 5-ଟି ସଚିବ ଭିକେ ପାଣ୍ଡିଆନ

ନବଜାତକର ଜୀବନ ବଞ୍ଚାଇ ରାଜ୍ୟବାସୀଙ୍କ ହୃଦୟ ଜିତିଛନ୍ତି 5T ସଚିବ ଭି କେ ପାଣ୍ଡିଆନ । ମୃତ୍ୟୁ ସହ ଲଢୁଥିଲା ନୟାଗଡ ଖଣ୍ଡପଡା ଅଂଚଳର ଅସହାୟ ଗରିବ ପୁରୁଷୋତ୍ତମ ମହାପାତ୍ରଙ୍କ ୨ ଦିନର ଶିଶୁ । ଜନ୍ମର ଦିନକ ପରେ ତାକୁ ନିଶ୍ୱାସ ନେଵା ରେ କଷ୍ଟ ହେଉଥିଲା । ଦେହ ନୀଳ ପଡିଯାଇଥିଲା । ଡ଼କ୍ଟର ଶିଶୁକୁ କୌଣସି ବଡ଼ ମେଡିକାଲ ନେଈ ଭେଣ୍ଟିଲେଟରରେ ରଖିବାକୁ ପରାମର୍ଶ ଦେଇଥିଲେ କଟକର ଏକ ଘରୋଇ ନର୍ସିଙ୍ଗ ହୋମ ଡାକ୍ତର ।
ହେଲେ ଶିଶୁର ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ଗରିବ ପରିବାର ଶିଶୁଟିର ଚିକତ୍ସା କରିବାକୁ ସମର୍ଥ ନଥିଲେ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ନିର୍ଦ୍ଦେଶ ଦେଇ ଜଣେ ନିରିହ ଜୀବନ ବଞ୍ଚାଇଛନ୍ତି। ଦୁବାଇରେ ଅନୁଷ୍ଠିତ ହେଉଥିବା ଇନଭେଷ୍ଟର ମିଟ୍ କାର୍ୟ୍ୟକ୍ରମରେ ଯୋଗ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭିକେ ପାଣ୍ଡିଆନ ବିଦେଶ ଗସ୍ତରେ ଅଛନ୍ତି।
କାର୍ୟ୍ୟକ୍ରମର ବ୍ୟସ୍ତତା ମଧ୍ୟରେ ବି ଏହି ଖବର ଶୁଣି ସଙ୍ଗେ ସଙ୍ଗେ ଶିଶୁଟିର ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି 5T ସଚିବ । ମୁଖ୍ୟମନ୍ତ୍ରୀ ଙ୍କ ଦପ୍ତର ଓ ସ୍ୱାସ୍ଥ୍ୟ ବିଭାଗ ର ମିଳିତ ସହଯୋଗରେ ଉକ୍ତ ଶିଶୁକୁ ଆମ୍ବୁଲାନ୍ସରେ ଆଣି କିମ୍ସ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଶିଶୁଟିର ଚିକିତ୍ସା କରୁଛନ୍ତି, ଆଉ ଏସବୁ ଖର୍ଚ୍ଚ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କରାଯାଉଛି।

Share

Leave a Reply

Your email address will not be published. Required fields are marked *

20 − 12 =