ନକଲି ଔଷଧ : ଭୁବନେଶ୍ୱରରେ ରେଡ

ଭୁବନେଶ୍ୱରର ବିଭନ୍ନ ମେଡିସିନ୍ ଦୋକାନରେ ଚଢାଉ ଆରମ୍ଭ ହୋଇଛି । ଡ୍ରଗ୍ସ ଇନସପେକ୍ଟର ମାନଙ୍କ ଦ୍ୱାରା ଏହି ଚଢାଉ ଜାରି ରହିଛି । ସାରା ଓଡ଼ିଶାରେ ଏବେ ଏହି ଚଢାଉ କରାଯାଇଛି । ପୂର୍ବରୁ କଟକର ବିଭିନ୍ନ ମେଡିସିନ୍ ଷ୍ଟୋର ଗୁଡିକରେ ଚଢାଉ କରାଯାଇଥିଲା । ଏବେ ରାଜଧାନୀର ବିଭିନ୍ନ ଷ୍ଟୋର ଗୁଡିକରେ ଚଢାଉ ଚାଲିଛି ।

ପାଟଣା, ବେଙ୍ଗାଲୁରୁ ଆଦି ସ୍ଥାନରୁ ଏକ ନିର୍ଦ୍ଦିଷ୍ଟ କମ୍ପାନି ଦୁଇ ମାସ ହେଲା କଟକ ଓ ଭୁବନେଶ୍ବରର କିଛି ଔଷଧ ଏଜେନ୍ସିକୁ ଉଚ୍ଚ ରକ୍ତଚାପର ଔଷଧ ପଠାଇଥିଲା । ଏହି ଔଷଧ ଖାଇବା ପରେ ବି ରୋଗ ଉପଶମ ହେଉ ନଥିଲା । କିନ୍ତୁ, ଯେଉଁ ଔଷଧ ବଜାରରୁ କିଣାଯାଇଥିଲା ତାହା ଏକ ଦାମୀ ବ୍ରାଣ୍ଡ୍‌ର ଔଷଧ। ଫଳରେ, ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଫଳରେ, ଏକ ଦାମୀ ବ୍ରାଣ୍ଡ୍‌ର ଖୋଳକୁ ବ୍ୟବହାର କରାଯାଇ ସେଥିରେ ଭେଜାଲ କମ୍ପାନିର ଔଷଧ ବଜାରକୁ ଛଡ଼ାଯାଉଥିବା ଅଭିଯୋଗ ହୋଇଥିଲା ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ ଟେଲ୍‌ମା-୪୦, ଟେଲ୍‌ମା ଏଏଚ୍‌, ଟେଲ୍‌ମା ଏଏମ୍‌ କମ୍ପାନିର ଔଷଧ ସବୁର ନକଲ କରାଯାଇ ଏକ ଦାମୀ ବ୍ରାଣ୍ଡ କମ୍ପାନିର ଖୋଳରେ ତାକୁ ପ୍ୟାକିଂ କରାଯାଇ ବଜାରକୁ ଛଡ଼ାଯାଇଛି । ଏହାପରେ ଭୁବନେଶ୍ବରରେ ପ୍ରଥମେ ଚଢ଼ଉ କରାଯାଇଥିବାବେଳେ ଏହାର ଚେର କଟକକୁ ଲମ୍ବିଥିବା ଜଣାପଡ଼ିଥିଲା । ଏହି ଚଢଉ ପରେ ଭେଜାଲ ଔଷଧ ବିକ୍ରି ସଂପର୍କିତ ତଥ୍ୟ ସାମ୍‌ନାକୁ ଆସିବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

eighteen − twelve =