ଧରା ପଡ଼ିଲେ ଲାଞ୍ଚୁଆ ବାବୁଆଣୀ

ନୂଆପଡ଼ା: ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ର ଆଇସିଡିଏସ ସୁପରଭାଇଜର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସିନାପାଲି ବ୍ଲକ୍ –ସାଗୁନଭାଡି -୨ ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି ପାଇଁ ବିକାଶ ରଞ୍ଜନ ବାଗ୍ଙ୍କଠାରୁ ସିନାପାଲି ବ୍ଲକର ଛତିଗୁଡା ସେକ୍ଟରରର ସୁପରଭାଇର ହର୍ଷମଣି ଦେଇ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିନାପାଲି ବସଷ୍ଟାଣ୍ଡରେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ପରେ ସୁପରଭାଇଜରଙ୍କ ଅଅଁଲାଭଟାରେ ଥିବା ନିଜ ଘର, ଖଡିଆଳରେ ଥିବା ଘର, ସିନାପାଲି ଭଡାଘର ଓ ଅଫିସରେ ଚଢାଉ ଚାଲିିଛି । ଚଢାଉରେ ନୂଆପଡା, ମାଲକାନଗିରି, ନବରଙ୍ଗପୁର ଓ ଜୟପୁରର ଭିଜିଲାନ୍ସ ଟିମ ସାମିଲ ଅଛନ୍ତି । ହର୍ଷମଣିଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।

Share

Leave a Reply

Your email address will not be published. Required fields are marked *

fourteen + 7 =