ଦୋକାନ ଉପରେ ମାଡିଗଲା ବସ୍ ୧୨ ଆହତ

କେନ୍ଦୁଝର –୪୯ନଂ ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୧୨ଜଣ ଲୋକ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏକ ମାଲ ବୋଝେଇ ଟ୍ରକ ଯାତ୍ରୀବାହୀ ବସ୍କୁ ଧକ୍କା ଦେବା ଫଳରେ ବସ୍ଟି ପାଖରେ ଥିବା ଏକ ଦୋକାନ ଉପରେ ଓଲଟି ପଡିଥିଲା । ଯାହା ଫଳରେ ମୋଟ ୧୨ ଜଣ ଲୋକ ଆହତ ହୋଇଛନ୍ତି । ସେଥିମଧ୍ୟରୁ ଦୋକାନରେ ଥିବା ୨ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଆହତ ମାନଙ୍କୁ ଚିକିସô୍ା ପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବସଟି କେନ୍ଦୁଝରରୁ ଭରତପୁର ଯାଉଥିଲା ଓ ଏହାର ନାମ ଚନ୍ଦ୍ରଶେଖର ବୋଲି ଜଣାପଡିଛି । ପୋଲିସ ଘଟାଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

three × 4 =