ଦେବରାଜ ହତ୍ୟା ଘଟଣାର ପର୍ଦ୍ଦାଫାସ,୫ ଗିରଫ

ବ୍ରହ୍ମପୁର: ପୂର୍ବତନ ବ୍ଲକ ଅଧକ୍ଷଙ୍କ ଦେବରାଜ ସାହୁ ହତ୍ୟା ଘଟଣାର ପର୍ଦ୍ଦାଫାସ | ପ୍ରେସମିଟ୍ ଜରିଆରେ ଘଟଣାର ପର୍ଦ୍ଦାଫାସ କରିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି |ହତ୍ୟା ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କଲା ପୋଲିସ | ଏହି ଘଟଣାରେ ପୋଲିସ ୬୨ଟି ଗୁଳି,୩ ମାଉଜର ଏବଂ ୫ ମାଗାଜିନ ଜବତ କରିଛି | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି | ହତ୍ୟା ଘଟଣାର ମାଷ୍ଟର ମାଇଣ୍ଡ ଅଜୟ ବାରିକ ବୋଲି ସୂଚନା ଦେଇଛନ୍ତି ଡିଆଇଜି | ସେପ୍ଟେମ୍ବରରେ ଅଜୟ ବାରିକଙ୍କୁ ମାଡ଼ ମାରିଥିଲେ ଦେବରାଜ | ମାଡ଼ ଖାଇବା ପରେ ଅଜୟ ବାରିକ ଘର ଛାଡି ପଳାଇଥିଲେ | ଦେବରାଜଙ୍କ ହତ୍ୟା ନିମନ୍ତେ ବାହାରେ ରହି ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ ଅଜୟ | ଗତ ୨୦ ତାରିଖରେ ଅଜୟ ତାର ୫ ସହଯୋଗୀଙ୍କ ସହ ମିଶି ଦେବରାଜଙ୍କୁ ଗୁଳି କରିଥିଲା | ଅଜୟକୁ ରିମାଣ୍ଡକୁ ନେଇ ଘଟଣାର ଅଧିକ ଖୋଳତାଡ଼ କରିବ ପୋଲିସ | ତେବେ ଘଟଣାରେ ରାଜନୈତିକ ଶତ୍ରୁତା ଥିବା କଥା ମନା କଲେ ଡିଆଇଜି |

ସୂଚନାନୁଯାୟୀ, ଗତ ୨୦ ତାରିଖରେ ଗୁଳି ମାଡ଼ରେ ପୂର୍ବତନ ବ୍ଲକ ଅଧକ୍ଷଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା | ବେଗୁନିଆପଡା ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଦୁର୍ବୁତ୍ତ|ସକାଳୁ ଦେବରାଜ ଚା ପିଉଥିବା ସମୟରେ ଦୁର୍ବୁତ୍ତ ମାନେ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ତେବେ ଏହି ଘଟଣାରେ ଅଧିକ ଖୋଳତାଡ଼ କରିବା ପରେ ଅପରାଧୀ ମାନଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି |ଏ ନେଇ ଗଞ୍ଜାମର ଅତିରିକ୍ତ ଏସ୍‌ପିଙ୍କୁ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିଲା। ଯେଉଁଥିରେ ୨ ଜଣ ଏସ୍‌ଡିପିଓ ଏବଂ ୪ ଜଣ ଥାନା ଅଧିକାରୀ ସାମିଲ ଥିଲେ। ଏହାପରେ ଆରମ୍ଭ ହୋଇଥିଲା, ତନାଘନା। ଶେଷରେ ୮ ଜଣ ଅଭିଯୁକ୍ତକୁ ଗଞ୍ଜାମ ପୋଲିସ ଗିରଫ କରିଛି।

Share

Leave a Reply

Your email address will not be published. Required fields are marked *

sixteen + 15 =