ଝାରସୁଗୁଡା ଉପନିର୍ବାଚନ ନେଇ ସିଇଓଙ୍କ ପ୍ରେସମିଟ୍, ୨୫୩ ବୁଥରେ ହେବ ମତଦାନ

ଝାରସୁଗୁଡା ଉପନିର୍ବାଚନ ନେଇ ସିଇଓଙ୍କ ପ୍ରେସମିଟ୍ । ମୁଖ୍ୟନିର୍ବାଚନ ଅଧିକାରୀ କହିଛନ୍ତି, ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଚଳିତ ଉପନିର୍ବାଚନ ପାଇଁ ୩୩୦ ଭୋଟର ଘରୁ ଭୋଟ ପାଇଁ ଆବେଦନ କରିଥିଲେ । ୩୨୧ ଜଣ ବର୍ତ୍ତମାନ ମତଦାନ କରିସାରିଛନ୍ତି ।

ଉପନିର୍ବାଚନ ପାଇଁ ୨୫୩ ବୁଥରେ ମତଦାନ ଅନୁଷ୍ଠିତ ହେବ । ୨୬ଟି ପିଙ୍କ୍ ବୁଥର ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନ ପାଇଁ ୧୦୧୨ ଜଣ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଥିବା ବେଳେ ୯୬ ପୋଲିଂ ଅଧିକାରୀ ରିଜର୍ଭ ରହିଛନ୍ତି । ଭୋଟର ୧୨ଟି ପରିଚୟପତ୍ର ଦେଖାଇ ଭୋଟ ଦେଇପାରିବେ ।

Share

Leave a Reply

Your email address will not be published. Required fields are marked *

5 − 2 =