ଜିଏସଟି ଠକି ବନ୍ଧାହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ

ଝାରସୁଗୁଡ଼ା: ଜିଏସଟି ଠକେଇରେ ବନ୍ଧା ହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ । ପ୍ରାୟ ୩୨୦ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ବନ୍ଧା ହୋଇଛନ୍ତି । ଝାରସୁଗୁଡା ଟାଉନ ଥାନା ସରବାହାଲ ଠାରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ଅମିତ ଅଗ୍ରଓ୍ଵାଲଙ୍କୁ ଗିରଫ କରିଛି ସମ୍ବଲପୁର ସିଟି ପୋଲିସ ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ । ଫେକ୍ ବିଲ୍ କରି ୩୧୯କୋଟି ୬୫ଲକ୍ଷ ଟଙ୍କା ଜିଏସଟି ଫାଙ୍କିଥିବା ଅଭିଯୋଗ ହୋଇଥିଲା । ବିଶେଷ ସୁତ୍ରରୁ ଖବର ପାଇ ସମ୍ବଲପୁର, ରାଉରକେଲା ଝାରସୁଗୁଡାରେ ଥିବା କାର୍ୟ୍ୟାଳୟରେ ଚଢଉ କରି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ତାଙ୍କୁ ୧୫ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

18 − five =