ଚାକିରି ଲୋଭ ଦେଖାଇ ଧର୍ଷଣ ଅଭିଯୋଗ

ଏୟାର ଓଡ଼ିଶା ଡାଇରେକ୍ଟରଙ୍କ ନାମରେ ଏମିତି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ବଙ୍ଗୀୟ ମହିଳା। ମହିଳା ଜଣକ ୨୦୧୮ ଜୁଲାଇ ୨ରେ ସିକ୍ୟୁରିଟି ସୁପର ଭାଇଜର ଭାବେ ଏହି କମ୍ପାନୀରେ ନିଯୁକ୍ତି ପାଇଥିଲେ।
ପୀଡିତାଙ୍କ କହିବା ମୁତାବକ, “୧୦ ଅଗଷ୍ଟରେ ମୋତେ ଘରେ ଛାଡ଼ି ଦେବାକୁ କହି ଜବରଦସ୍ତ ଅଫିସ ଗାଡିରେ ବସିବାକୁ କହିଥିଲେ ସନ୍ତୋଷ। ମୁଁ ଗାଡିରେ ବସିବା ପରେ ଏକ ମଦ ଦୋକାନ ପାଖେ ଅଟକି ଥିଲା ତାଙ୍କ କାର୍। ସେଠି ମଦ କିଣି ଗାଡି ଭିତରେ ବସି ମଦ ପିଇବା ବେଳେ ମୋତେ ବି ସେ ଡ୍ରିଙ୍କ୍ସ୍ ନେବାକୁ କହିଥିଲେ। ମୁଁ ମନା କରିବାକୁ ମୋତେ କୋଲ୍ଡ ଡ୍ରିଙ୍କ୍ସ୍ ଅଫର କଲେ। ଏହି କୋଲ୍ଡ ଡ୍ରିଙ୍କ୍ସ୍ରେ କିଛି ନିଶା ମିଶିଥିଲା। ଗାଡ଼ି ଭିତରେ ମୋ ସହ ଅସଦାଚରଣ କରାଯାଇଥିଲା, ଆଉ ପରେ ମୁଁ ଭଡାରେ ରହୁଥିବା ଘରେ ପଶି ମୋତେ ସେ ଦୁଷ୍କର୍ମ କରିଥିଲେ।ପରଦିନ ମୁଁ ଅଫିସ୍ ଯାଇ ଶୀଘ୍ର ଫେରି ଆସିଥିଲି। ହେଲେ, ତା’ପରଦିନ ପୁଣି ଥରେ ସନ୍ତୋଷଙ୍କ ‘ପଶୁ ପ୍ରବୃତ୍ତି’ ଜାଗ୍ରତ ହୋଇଥିଲା। ହେଲେ ଏଥର ସେ ଏକା ନ ଥିଲେ। ତାଙ୍କ ସାଙ୍ଗ ସନ୍ତୋଷ ଜାଲି ମଧ୍ୟ ତାଙ୍କ ସାଥିରେ ଥିଲେ। ଦୁହେଁ ଖଣ୍ଡଗିରି ଏକ ମଦ ଦୋକାନରୁ ମଦ କିଣିଲେ । ହେଲେ ଏଥର ଗାଡ଼ିରେ ବସି ପିଇ ନ ଥିଲେ।କିନ୍ତୁ ମତେ ଜବରଦସ୍ତ ସନ୍ତୋଷ ଜାଲିଙ୍କ ଘରକୁ ନେଇଗଲେ। ସେଠି ମତେ ଦୁଷର୍ମ କଲେ।”ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଭଳି ଚାଞ୍ଚଲ୍ୟକର ବୟାନ୍ ଦେଇଛନ୍ତି ପୀଡିତା। ପ୍ରଥମେ ଖଣ୍ଡଗିରି ଥାନାରେ ଏତଲା ଦେଇଥିବା ବେଳେ କ୍ୟାପିଟାଲ ଥାନାରେ ୧୬୧ ଧାରାରେ ତାଙ୍କ ବୟାନ ଭିଡିଓ ରେକର୍ଡିଂ ହୋଇଛି।

Share

Leave a Reply

Your email address will not be published. Required fields are marked *

seventeen + one =