ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତିଙ୍କୁ ବିରୋଧ : ଅସ୍ତରଙ୍ଗ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବାକୁ ଆସିଥିବା ବେଳେ ନାରାବାଜି ସହ ହୋହଲ୍ଲା

ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ନିଜ ବ୍ଲକରେ ବିରୋଧ । କାର୍ଯ୍ୟାଳୟ ବାହାରେ ତାଲା ପଡ଼ିଥିବା ଦେଖି ଭିତରୁ ତାଲା ମାରି ରହିଲେ ମନ୍ତ୍ରୀ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କାର୍ଯ୍ୟାଳକୟକୁ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବାକୁ ଆସିଥିବା ବେଳେ ବିରୋଧ ପ୍ରଦର୍ଶନ କରି ନାରାବାଜି କରିଥିଲେ ବ୍ଲକ ଅଧକ୍ଷା ଆରତୀ ନାୟକଙ୍କ ସମର୍ଥକ ।

ବିଡିଓ କାର୍ଯ୍ୟାଳୟରେ ବିଡିଓ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ସମୀକ୍ଷା କରୁଥିବା ବେଳେ ବିରୋଧ ପ୍ରଦର୍ଶନର ଶିକାର ହୋଇଥିଲେ ମନ୍ତ୍ରୀ । କୌଣସି ଚିଠି ବିନା କ’ଣ ସମୀକ୍ଷା ହେଉଛି ବୋଲିି ଅଧ୍ୟକ୍ଷାଙ୍କ ସମର୍ଥିତ ସରପଞ୍ଚ ସମିତି ସଭ୍ୟ ଏବଂ ସମର୍ଥକମାନେ ବିରୋଧ କରିଥିଲେ । ଯାହାକୁ ନେଇ ବ୍ଲକ କାର୍ଯ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା । ଲୋକଙ୍କ ବିରୋଧ ପ୍ରଦର୍ଶନକୁ ଦେଖି ବ୍ଲକ କାର୍ଯ୍ୟାଳୟରେ ଭିତରୁ ତାଲା ପକାଇ ରହିଥିଲେ ମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

4 × four =