ଗୁଣ୍ଡା ଆକ୍ରମଣରେ ୧୮ ପର୍ଯ୍ୟଟକ ଗୁରୁତର

ବାରିପଦା—ଶିମିଳିପାଳ ଜଙ୍ଗଲକୁ ବୁଲିବାପାଇଁ ଆସିଥିବା ପର୍ଯ୍ୟଟକ ମାନଙ୍କୁ ସ୍ଥାନୀୟ କିଛି ଗୁଣ୍ଡା ଓ କିଛି ଯୁବକ ଆକ୍ରମଣ କରି ରକ୍ତାକ୍ତ କରିବା ସହିତ ସେମାନଙ୍କ ଠାରୁ ଜିନିଷ ପତ୍ର ଲୁଟ କରିନେଇଛନ୍ତି ଏବଂ ସେମାନଙ୍କର ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଦିଘା ଅଂଚଳରୁ ପ୍ରାୟ ୧୮ଜଣ ପର୍ଯ୍ୟଟକ ଶିମିଳିପାଳର ସୀତାକୁଣ୍ଡ ପରିଦର୍ଶନ କରିବାକୁ ଆସିଥିଲେ । ସେଠାରେ ସ୍ଥାନୀୟ ଯୁବକ ସେମାନଙ୍କୁ ଅଶ୍ଳିଳ ଇଙ୍ଗିତ କରିବାରୁ ସେମାନେ ତାର ପ୍ରତିବାଦ କରିଥିଲେ ଯାହାଫଳରେ ସେଠାରେ ଗଣ୍ଡଗୋଳ ହୋଇଥିଲା । ସ୍ଥାନୀୟ ଯୁବକ ମାନଙ୍କ ମାଡରେ ଆହତ ହୋଇ ପର୍ଯ୍ୟଟକ ମାନେ ବାରିପଦା ଫେରିଆସିଥିଲେ ମଧ୍ୟ ସ୍ଥାନୀୟ ଯୁବକ ମାନେ ବାରିପଦା ଠାରେ ସେମାନଙ୍କୁ ପୁନର୍ବାର ଆକ୍ରମଣ କରି ସେମାନଙ୍କର ଗାଡି ଭାଙ୍ଗିଦେଇଥିଲେ । ଜିନିଷପତ୍ର ଲୁଟ କରିଥିଲେ ଓ ମାଡ ମାରି ରକ୍ତାକ୍ତ କରିଥିଲେ ।ଏହି ସମ୍ପର୍କରେ ପର୍ଯ୍ୟଟକ ମାନେ ପୁଲିସରେ ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

8 − 6 =