ଗାଁରେ ପ୍ରମୋଦ

ବରଗଡ଼: ଗାଁକୁ ଫେରିଛନ୍ତି ପାରାଲିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ । ବରଗଡ଼ ଜିଲ୍ଲା ଅତାବିରାକୁ ଆସିଛନ୍ତି ପ୍ରମୋଦ । ସ୍ବର୍ଣ୍ଣ ପଦକ ଜିତିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଗସ୍ତ। ପ୍ରମୋଦ ନିଜ ଜନ୍ମମାଟିକୁ ଆସିବା ପରେ ଚାରିଆଡ଼େ ଖୁସିର ଲହରୀ ଖେଳିଯାଇଛି । ଅତାବିରା ସହରସାରା ବିଭିନ୍ନ ସଂଗଠନ ପକ୍ଷରୁ ସ୍ଵାଗତ ବାର୍ତ୍ତାର ବ୍ୟାନର ପୋଷ୍ଟର ଲଗାଯାଇଛି। ପୁରୁଣା ସିନେମା ହଲ ପାଖ ପ୍ରମୋଦଙ୍କ ଭଡ଼ା ଘର ଫୁଲରେ ସଜାଯାଇଛି। ବିଭିନ୍ନ ସଂଗଠନ ପକ୍ଷରୁ ଅତାବିରା ଓ ଗୋଡ଼ଭଗା ଗାଁରେ ବ୍ୟାପକ ପ୍ରସ୍ତୁତି ଆୟୋଜନ କରାଯାଇଛି । ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ପ୍ରମୋଦ । ଦେଶ ପାଇଁ ଆଣିଛନ୍ତି ସୁନା ପଦକ ।

Share

Leave a Reply

Your email address will not be published. Required fields are marked *

two × two =