ଗଜପତି ପରେ ଗଞ୍ଜାମରେ ମୁଖ୍ୟ ସଚିବ ଓ 5T ସଚିବ

ଗଜପତିରେ ମୁଖ୍ୟ ସଚିବ ଓ 5T ସଚିବ। କେତେବାଟ ଆଗେଇଛି ଗଜପତି ଜିଲ୍ଲା ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ। ଗଜପତି ଜିଲ୍ଲା ଗସ୍ତରେ ଯାଇ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ 5T ସଚିବ। ନିର୍ମାଣସ୍ଥଳକୁ ଯାଇ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ୨୦୦୫-୦୬ ମସିହାରୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି।

ଏହା ସଂପୂର୍ଣ୍ଣ ହେଲେ ଗଜପତି ସମେତ ଗଞ୍ଜାମ ଜିଲ୍ଲାର ୬ହଜାରରୁ ଅଧିକ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ। ଗଜପତି ଜିଲ୍ଲାର ୫୦୦ ଓ ଗଞ୍ଜାମ ଜିଲ୍ଲାର ୫ହଜାର ୭୬୦ ହେକ୍ଟର ଜମି ଜଳସେଚିତ ହେବ। ଏହାଛଡା ପାନୀୟ ଜଳ ସମସ୍ୟା ମଧ୍ୟ ଦୂର ହେବ। ଏହି ପ୍ରକଲ୍ପରୁ ୩୬ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରିବ। ୨୦୨୪ ସୁଦ୍ଧା ଏହାର ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟ ସଚିବ ଓ 5T ସଚିବଙ୍କ ସହ ଜଳ ସମ୍ପଦ ବିଭାଗର ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ।

ଗଜପତି ପରେ ଗଞ୍ଜାମରେ ମୁଖ୍ୟ ସଚିବ ଓ 5T ସଚିବ। ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ କଙ୍କିଆ ପଞ୍ଚାୟତରେ ନିର୍ମାଣ ହେଉଥିବା ଘଟକେଶ୍ୱର ପ୍ରକଳ୍ପର ପରିଦର୍ଶନ କରିବା ସହ ଏହାର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରୁଛନ୍ତି। ପରେ ପୁରୁଣାପାଟଣା ଉଚ୍ଚ ବିଦ୍ୟାଳୟ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଘଟକେଶ୍ୱର ପ୍ରକଳ୍ପକୁ ୨୦୧୬ ମସିହାରେ ଜୁନ୍‌ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରକଳ୍ପର ବ୍ୟୟ ଅଟକଳ ୧୧୮ କୋଟି ୯୫ଲକ୍ଷ ଟଙ୍କା ରହିଥିଲା। ଏହି ପ୍ରକଳ୍ପ ଜରିଆରେ କୁକୁଡାଖଣ୍ଡି ବ୍ଲକର ୮ଟି ପଞ୍ଚାୟତର ୫୦୦ ହେକ୍ଟର ଚାଷ ଜମିକୁ ଜଲଯୋଗାଣ ହୋଇପାରିବ। ଜାନୁୟାରୀ ୨୦୨୦ରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ୧୮ ମାସ ମଧ୍ୟରେ ଏହି ପ୍ରକଳ୍ପର କାର୍ଯ୍ୟ ଶେଷ କରାଯିବ ବୋଲି ଧାର୍ଯ୍ୟ ହୋଇଛି।

Share

Leave a Reply

Your email address will not be published. Required fields are marked *

eleven + two =