କାଳ ହେଲା କୃମି ଔଷଧ

ବିଦ୍ୟାଳୟରେ ମଧ୍ୟ ସୁରକ୍ଷିତ ନୁହନ୍ତି ଛାତ୍ରଛାତ୍ରୀ । ଯାହାର ଏକ ନଗ୍ନ ନମୂନା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଅଂଚଳରେ । ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ କୃମି ନିରୋଧକ ଔଷଧ ଖାଇ ୨୫ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନାନୁସାରେ, ବଲାଙ୍ଗିର ଜିଲ୍ଲାର ସଇଁତଳା ବ୍ଲକରେ ଥିବା ଘୁନୁସର ପ୍ରାଥମିକ ବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀଙ୍କୁ କୃମି ନିରୋଧକ ଔଷଧ ଦିଆଯାଇଥିଲା । କିନ୍ତୁ ଏହାକୁ ଖାଇବା ପରେ ୨୫ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଯାଇଥିଲେ । ଫଳରେ ସେମାନଙ୍କୁ ତତକ୍ଷଣାତ୍ ସଇଁତଳା ମେଡିକାଲରେ ଭର୍ତି କରାଯାଇଛି ।
ଏହାକୁ ନେଇ ସ୍କୁଲରେ ଉତେଜନା ପ୍ରକାଶ ପାଇଛି । ଅଭିଭାବକମାନେ ସ୍କୁଲ ସାମ୍ନାରେ ହୋହାଲ୍ଲା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × two =