କଟକରେ ସରକାରୀ ଅଫିସ ଅଚଳ କଲେ ଓକିଲ

କଟକ –ଆଇନଜୀବିଙ୍କୁ ପୁଲିସର ମାଡ ଘଟଣାରେ ଆଇନଜୀବି ମାନଙ୍କର ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାର ଲାଗିଛି । ଆନ୍ଦୋଳନରତ ଆଇନଜୀବି ମାନଙ୍କର ଦାବୀ ପୁରଣ ଦିଗରେ ରାଜ୍ୟ ସରକାରଙ୍କ ଅବହେଳାକୁ ହାଇକୋର୍ଟ ବାର ଆସୋସିଏସନ ସମେତ ରାଜ୍ୟର ବିଭିନ୍ନ ଆଇନଜୀବି ସଂଗଠନ ତୀବ୍ର ନିନ୍ଦା କରିଛି । ହାଇକୋର୍ଟ ବାର ଆସୋସିଏସନର ନିଷ୍ପତିକ୍ରମେ ଆଜି କଟକରେ ସମସ୍ତ ସରକାରୀ ଅଫିସରେ କାମଅଚଳ କରିଦିଆଯାଇଥିଲା । ବାର ଆସୋସିଏସନ ପକ୍ଷରୁ ବିଭିନ୍ନ କୋର୍ଟ, ଆରଡିସି ଅଫିସ ସମେତ ଅନ୍ୟାନ୍ୟ ସମସ୍ତ ସରକାରୀ ଅଫିସରେ ଆନ୍ଦୋଳନରତ ଆଇନଜୀବି ମାନେ ପିକେଟିଂ କରିବା ଫଳରେ ଜିଲ୍ଲାରେ ସରକାରୀ କାର୍ଯ୍ୟ ସଂପୂର୍ଣ୍ନୃ ଅଚଳ ହୋଇପଡିଥିଲା । ସମ୍ବଲପୁର ଠାରେ ମଧ୍ୟ ଆନ୍ଦୋଳନରତ ଆଇନଜୀବି ମାନେ ଜିଲ୍ଲାପାଳଙ୍କ ଅଫିସକୁ ଅଚଳ କରିଦେଇଥିଲେ । ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହିଭଳି ସରକାରୀ ଅଫିସ ଗୁଡିକୁ ଆନ୍ଦୋଳନରତ ଆଇନଜୀବି ମାନେ ୍ରଚଳ କରିଦେଇଥିଲେ । ଆସନ୍ତା ୨୭ ତାରିଖ ଦିନ ରାଜ୍ୟର ସମସ୍ତ ଆଇନଜୀବି ନବୀନ ନିବାସ ଘେରିବେ ବୋଲି ପୂର୍ବରୁ ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

17 − 9 =