ଓଲିଉଡ୍ ପ୍ରଯୋଜକ ସୁବାତ ରାଉତଙ୍କ ପରଲୋକ

ଓଲିଉଡର ଜଣାଶୁଣା ନିର୍ମାତା ତଥା ବିତରକ ସୁବାସ ରାଉତଙ୍କର ଆଜି ଭୋର ୪ଟା ସମୟରେ କଟକର ଛତ୍ରବଜାରସ୍ଥିତ ବାସଭବନରେ ପରଲୋକ ଘଟିଯାଇଚି। ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ଶ୍ରୀ ତୁଳସୀ ପିକ୍ଚର୍ସ ବ୍ୟାନରରେ ନିର୍ମିତ ସୁପରହିଟ୍ ସିନେମା ‘ସୁନା ଚଢେଇ’ରୁ ଓଡ଼ିଆ ସିନେମା ପ୍ରଯୋଜନାରେ ସକ୍ରିୟ ହୋଇଥିଲେ ସୁବାସ ରାଉତ। ଏହାର ନିର୍ଦ୍ଦେଶନା ଦେଇଥିଲେ ରବି କିନ୍ନାଗୀ।
ତେବେ ସୁବାସ ରାଉତ ୧୯୯୩ରେ ମୁକ୍ତିଲାଭ କରିଥିବା ‘ଭାଗ୍ୟ ହାତେ ଡୋରି’ ସିନେମାରୁ ସ୍ୱାଧୀନ ଭାବେ ପ୍ରଯୋଜକ ବନିଥିଲେ। ସେ ନିଜର ପ୍ରଯୋଜେନା ସଂସ୍ଥା ଶ୍ରୀ ଗଣେଶ ପ୍ରଡକ୍ସନ୍ସ ବ୍ୟାନରରେ ଏହି ସିନେମା ନିର୍ମାଣ କରିଥିଲେ। ଏହି ଓଡ଼ିଆର ସିନେମାର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ। ଏହାର ସଂଳାପ ଲେଖିଥିଲେ ଡ଼ ସୁବୋଧ ପଟ୍ଟନାୟକ। ଏହି ଫିଲ୍ମରେ ମହାଶ୍ୱେତା,ବିଜୟ ମହାନ୍ତି,ଉତ୍ତମ ମହାନ୍ତି,ଋତୁପର୍ଣ୍ଣା ସେନଗୁପ୍ତା,ହର ପଟ୍ଟନାୟକ ଓ ବ୍ୟୋମକେଶ ତ୍ରିପାଠୀ ପ୍ରମୁଖ ଅଭିନୟ କରିଥିଲେ। ବିକାଶ ଦାସ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇ ମଧ୍ୟ ଓଲିଉଡରେ ପ୍ରବେଶ କରିଥିଲେ।‘ଭାଗ୍ୟ ହାତେ ଡୋରି’ ବ୍ୟାବସାୟିକ ସଫଳତା ହାସଲ କରିବା ପରେ ସୁବାସ ରାଉତ କ୍ରମାଗତ ଭାବେ ଓଡ଼ିଆ ସିନେମା ନିର୍ମାଣ କରିଥିଲେ। ସୁବାସ ରାଉତ ଏହାପରେ ଟେଲିଭିଜନ୍ ଦୁନିଆଁରେ ପାଦ ଦେଇଥିଲେ। ତାଙ୍କ ପ୍ରଯୋଜିତ ମେଗା ଧାରାବାହିକ ‘ତୁଳସୀ’(ଇଟିଭି) ବେଶ୍ ଲୋକପ୍ରିୟତା ହାସଲ କରିଥିଲା।

Share

Leave a Reply

Your email address will not be published. Required fields are marked *

12 + 12 =