ଓଏଭିର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଓଡିଶା ଆଦର୍ଶ ବିଦ୍ୟାଳୟର ଦ୍ବାଦଶ, ଦଶମ ତଥା ଜେଇଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଅନୁଷ୍ଟିତ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଥିଲେ। ଓଡିଶାର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟର ପ୍ରତି ବ୍ଲକରେ ତଥା ଭୁବନେଶ୍ବରରେ ଗୋଟିଏ ଆଇକନିକ ଆଦର୍ଶ ସ୍କୁଲ ରହିଛି । ସିବିଏସଇ ଢାଞ୍ଚାରେ ଏହି ସ୍କୁଲ ମାନଙ୍କରେ ହଷ୍ଟେଲ ସୁବିଧା ସହିତ ପାଠ ପାଢାଯାଉଛି ।
ଆଜି ସମ୍ବର୍ଦ୍ଧିତ ହୋଇଥିବା କୃତୀ ଛାତ୍ରଛାତ୍ରୀ ମାନେ ହେଲେ ମୟୁରଭଂଜ ଜିଲ୍ଲାର ଝରଗାଁ ଆଦର୍ଶ ବିଦ୍ୟାଳୟର ଆଦର୍ଶ ସାହୁ, କୋରାପୁଟ ଜିଲ୍ଲାର କୋଟପାଡ ଆଦର୍ଶ ବିଦ୍ୟାଳୟର ଓମ୍ ଆରୟନ ବିଶ୍ବାଳ, ଗଞ୍ଜାମ ଜିଲ୍ଲାର ପିତାପଲ୍ଲୀ ଆଦର୍ଶ ବିଦ୍ୟାଳୟର ଉତ୍କଳ ପଟ୍ଟନାୟକ, କଳାହାଣ୍ଡି ଜିଲ୍ଲାର ମଶାଣିମୁଣ୍ଡା ଆଦର୍ଶ ବିଦ୍ୟାଳୟର ଦିବେନ୍ଦୁ ସାହାନାଇ, କେନ୍ଦୁଜର ଜିଲ୍ଲାର ସାଳପଡା ଆଦର୍ଶ ବିଦ୍ୟାଳୟର ହେମନ୍ତ ବେହେରା, ଗଞ୍ଜାମ ଜିଲ୍ଲାର ସୋରଡା ଆଦର୍ଶ ବିଦ୍ୟାଳୟର ଶୁଭମ ପ୍ରସାହ ଗୌଡ, ଗଞ୍ଜାମ ଜିଲ୍ଲାର ଶାସନମା ଗାଁ ଆଦର୍ଶ ବିଦ୍ୟାଳୟର ସୁମନ କୁମାରୀ ମହାରଣା, ମୟୁରଭଂଜ ଜିଲ୍ଲାର ଝରଗାଁ ଆଦର୍ଶ ବିଦ୍ୟାଳୟର ସରିତା ମାର୍ଡି, ମୟୁରଭଂଜ ଜିଲ୍ଲାର ରାଣିଭୋଳ ଆଦର୍ଶ ବିଦ୍ୟାଳୟର ମାନସ ମହୋଦଧି ପୁର୍ତ୍ତି, କୋରାପୁଟ ଜିଲ୍ଲାର ମାଛରା ଆଦର୍ଶ ବିଦ୍ୟାଳୟର ସ୍ବସ୍ତିକ ଆଦିତ୍ୟ ରଞ୍ଜନ । ଏମାନେ ସମସ୍ତେ ଜେଇଇ ମେନ୍ ପରୀକ୍ଷାରେ କୃତକାର‌୍ୟ୍ୟ ହୋଇଛନ୍ତି ।
ସେହିପରି ସିବିଏସଇ କ୍ଲାସ-୧୨ ପରୀକ୍ଷାରେ ଉଲ୍ଲେଖନୀୟ କୃତୀତ୍ବ ହାସଲ କରିଥିବା ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀମାନେ ହେଲେ – କେନ୍ଦୁଝର ଜିଲ୍ଲାର ସାଳପଡା ଆଦର୍ଶ ବିଦ୍ୟାଳୟର ଇଶାନୀ ବିଶୋଇ, ଗଞ୍ଜାମ ଜିଲ୍ଲାର ସିଦ୍ଧେଶ୍ବର ଆଦର୍ଶ ବିଦ୍ୟାଳୟର ଏସ୍ ଅନୁଭବ ଦୋରା, ଗଞ୍ଜାମ ଜିଲ୍ଲାର କରାପଲ୍ଲୀ ଆଦର୍ଶ ବିଦ୍ୟାଳୟର ଏମ୍ ମୋହିତ ରେଡ୍ଡୀ, କୋରାପୁଟ ଜିଲ୍ଲାର କୋଟପାଡ ଆଦର୍ଶ ବିଦ୍ୟାଳୟର ଓମ୍ ଆର‌୍ୟାନ ବିଶ୍ବାଳ, ଗଞ୍ଜାମ ଜିଲ୍ଲାର ସିଦ୍ଧେଶ୍ବର ଆଦର୍ଶ ବିଦ୍ୟାଳୟର ସିପଦ ଯଜ୍ଞ ପ୍ରସାଦ ଆଚାରୀ।
ସେହିପରି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପିଲାମାନେ ହେଲେ – କଳାହାଣ୍ଡି ଜିଲ୍ଲାର ମୁଷିଗୁଡା ଆଦର୍ଶ ବିଦ୍ୟାଳୟର ସୁଧନ୍ୟା ପତି, ମୟୁରଭଂଜ ଜିଲ୍ଲାର ଗରୁଡବସା ଆଦର୍ଶ ବିଦ୍ୟାଳୟର ବୈବଶ୍ବେତା ଆଚାର‌୍ୟ୍ୟ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟରେ ସେମାନଙ୍କ ଅନୁଭୂତି ସଂପର୍କରେ ପିଲାମାନଙ୍କୁ ପଚାରି ବୁଝିଥିଲେ ଏବଂ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ପିଲାମାନଙ୍କ ସହ ମତ ବିନିୟମ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଦର୍ଶ ବିଦ୍ୟାଳୟରେ କିପରି ଆହୁରି ପ୍ରଭାବଶାଳୀ ଶିକ୍ଷାଦାନ କରାଯାଇପାରିବ ସେ ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କ ମତାମତ ଲୋଡିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ, ଆଦର୍ଶ ବିଦ୍ୟାଳୟ ସଂଗଠନର ଅଧ୍ୟକ୍ଷ ଶ୍ରୀ ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉଦବୋଧନ ଦେଇଥିଲେ। ବିଭାଗୀୟ ସଚିବ ଶ୍ରୀମତୀ ଅଶ୍ବଥି ଏସ୍ ସ୍ବାଗତ ଭାଷଣ ଦେଇଥିଲେ ।ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା, ବରିଷ୍ଠ ଅଧିକାରୀ ଏବଂ ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

eighteen + three =