ଏକତରଫା ପ୍ରେମରୁ ଯୁବତୀଙ୍କ ଗଳାକାଟି ହତ୍ୟା

ଏକତରଫା ପ୍ରେମରୁ ଯୁବତୀଙ୍କ ଗଳାକାଟି ହତ୍ୟା । ଯୁବତୀଙ୍କୁ ହତ୍ୟା ପରେ ଅଭିଯୁକ୍ତ ଯୁବକର ଆତ୍ମହତ୍ୟା ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଟିକିରି ଉଷାପଡ଼ା ଗାଁରେ । ସୂଚନା ଅନୂଯାୟୀ ଯୁବକ ଜଣକ ଏକତରଫା ପ୍ରେମ କରୁଥିଲେ । ଆଉ ଯାହାକୁ ନେଇ ସେ ଯୁବତୀଙ୍କୁ ଆକ୍ରମଣ କରିଥିଲେ । ତେବେ ଯୁବତୀଙ୍କ ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛି ଯୁବକ ।
ତେବେ ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବତୀଙ୍କୁ ବଞ୍ଚାଇବାକୁ ଯାଇ ଛୁରାମାଡ଼ରେ ଯୁବତୀଙ୍କ ସାଙ୍ଗ ମଧ୍ୟ ଆହତ ହୋଇଛନ୍ତି । ତେବେ ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

eleven + 16 =