ଆସନ୍ତାକାଲି ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା: ମୁତୟନ ହେବେ ୫ପ୍ଲାଟୁନ ପୋଲିସ ଫୋର୍ସ

ଆସନ୍ତାକାଲି ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା | ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି | ତେବେ ଦୀର୍ଘ ୨ ବର୍ଷ ପରେ ଚନ୍ଦନଯାତ୍ରାରେ ଭକ୍ତ ସାମିଲ ହେବାକୁ ନେଇ ଥିବା ବେଳେ, ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଏଥିଲାଗି ୫ପ୍ଲାଟୁନ ଫୋର୍ସ, ଜଣେ ଅତିରିକ୍ତ ଏସପି, ୩ ସିଟି ଡିଏସପି ସହ ୬ ଆଇଆଇସି ମୁତୟନ ରହିବେ। ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି କନୱର ବିଶାଳ ସିଂ।

ଖବର ଅନୁଯାୟୀ, ଆସନ୍ତାକାଲି ମାନେ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା । ୪୨ ଦିନ ବ୍ୟାପୀ ଚାଲିଥାଏ ଏହାପ୍ରଭୁଙ୍କ ଏହି ଯାତ୍ରା ।

ସେପଟେ ଅକ୍ଷୟ ତୃତୀୟା ଅବସରରେ ମଧ୍ୟ ଆଗାମୀ ରଥଯାତ୍ରା ଉପଲକ୍ଷେ ରଥକାଠ ଅନୁକୂଳ ହେବ । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ତେବେ ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା ବିଷୟରେ କିଛି କଥା:

ଅକ୍ଷୟ ତୃତୀୟା ବର୍ଷର ୪ଟି ଅତ୍ୟନ୍ତ ଶୁଭଙ୍କର ଦିନ ମଧ୍ୟରୁ ଅନ୍ୟତମ। ଅର୍ଥାତ ଏହି ଦିନରେ ବିନା କୌଣସି ଶୁଭ ମୁହୂର୍ତ୍ତରେ କେଉଁ ବି ସମୟରେ ଯେକୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପାଦନା କରାଯାଇପାରେ। ବିବାହ, ବ୍ରତ, ଗୃହପ୍ରବେଶ ଆଦି ସମସ୍ତ ମାଙ୍ଗଳିକ କାର୍ଯ୍ୟ ପାଇଁ ଅକ୍ଷୟ ତୃତୀୟା ଅତ୍ୟନ୍ତ ଶୁଭଙ୍କର। ଚଳିତବର୍ଷ ମେ ୩, ଅର୍ଥାତ ଆସନ୍ତାକାଲି ଏହି ଶୁଭଦିନଟି ପଡୁଛି। ଏହି ଦିନରେ ‌ଲୋକେ ସୁନା, ରୂପା, ଜାଗା, ଘର, ଗାଡ଼ି ଆଦି କିଣିବାକୁ ଅତ୍ୟନ୍ତ ଶୁଭ ବୋଲି ମାନିଥାନ୍ତି।

ଏହି ଅକ୍ଷୟ ତୃତୀୟାକୁ କେବଳ ହିନ୍ଦୁ ଧର୍ମାବିଲମ୍ବୀ ନୁହଁନ୍ତି ବରଂ ଜୈନ୍‌ ଧର୍ମର ଲୋକେ ବି ବହୁତ ମାନିଥାନ୍ତି। ଏହି ଦିନ କିଛି ବି ନୂଆ କାମ କରିବା ଶୁଭଙ୍କର ହୋଇଥାଏ। ଏହି ଦିନକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ପୌରାଣିକ କାହାଣୀ ରହିଛି। ବିଶ୍ବାସ ରହିଛି ଯେ ସତ୍ୟ ଏବଂ ତ୍ରେତେୟା ଯୁଗର ଆରମ୍ଭ ‌ଏହି ଦିନରେ ହୋଇଥିଲା ଓ ଦ୍ବାପର ଯୁବର ଶେଷ ବି ଏହି ଦିନ ହୋଇଥିଲା। ଭଗବାନ ବିଷ୍ଣୁଙ୍କ ନରନାରାୟଣ ଅବତାର ଓ ପର୍ଶୁରାମଙ୍କ ଧରା ଅବତରଣ ବି ଏହି ତିଥିରେ ହୋଇଥିଲା ବୋଲି ବିଶ୍ବାସ ରହିଛି।

ଅକ୍ଷୟ ତୃତୀୟା ଦିନ ଚଷା ଭାଇ ଅକ୍ଷୀମୁଠି ଧରି କ୍ଷେତକୁ ଯାଇଥାନ୍ତି। ସେଠାରେ ଅକ୍ଷୀମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଅକ୍ଷୟ ତୃତୀୟାରେ କ୍ଷେତ ପୂଜା ହେବା ପରେ ହିଁ ଚଷା ଭାଇ ଚାଷ କରିବା ବିଶ୍ବାସ ରହିଛି ଆମ ହିନ୍ଦୁ ଧର୍ମରେ।

Share

Leave a Reply

Your email address will not be published. Required fields are marked *

16 − eight =