ଆତ୍ମସମର୍ପଣ କଲେ ମହିମା ମିଶ୍ର

କଟକ-ହାଇକୋର୍ଟରୁ ଜାମିନ ପାଇବାପରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଜାମିନ ଆବେଦନ ସୁପ୍ରିିମକୋର୍ଟରେ ଖାରଚ ହେବାପରେ ଶ୍ରୀମିଶ୍ର ପୁନର୍ବାର ଜେଲକୁ ଫେରିଯାଇଛନ୍ତି । ପାରାଦୀପ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅଛନ୍ତି ମହିମା ମିଶ୍ର । ସିୱେଜ୍ ସିପିଙ୍ଗ୍ ଓ ଲଜିଷ୍ଟିକ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳକ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ମାମଲାରେ ୧୦ଜଣଙ୍କ ନାଁରେ ଜଗତସିଂହପୁର ପୋଲିସ୍ ଚାର୍ଜସିଟ୍ ଦାଖଲ କରିଥିଲା । ସେମାନଙ୍କ ମଧ୍ୟରେ ଓଡିଶା ଷ୍ଟିଭେଡର୍ସ ଲିମିଟେଡର ଏମଡି ମହିମା ମିଶ୍ର ଓ ତାଙ୍କ କମ୍ପାନୀର ନିର୍ଦ୍ଦେଶକ ବସନ୍ତ ବଳ ରହିିଛନ୍ତି । ୨୦୧୬ ଅକ୍ଟୋବର ମାସ ୨୬ ତାରଖରେ ପାରାଦୀପ ମଧୁବନ ସ୍ଥିତ ଆମ୍ବେଦକର ଭବନ ନିକଟରେ ମହେନ୍ଦ୍ର ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ୨୦୧୬ ଡିସେମ୍ବର ମାସରେ ବ୍ୟାଙ୍କକକରୁ ମହିମାଙ୍କୁ ଗିରଫ କରିଥିଲା ପୋଲିସ୍ । ତାପରେ ତାଙ୍କୁ ଓଡିଶା ହାଇକୋର୍ଟ ଜାମିନ ଦେଇଥିଲେ । ଅସୁସ୍ଥ ଦର୍ଶାଇ ଜାମିନ ଅବଧି ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।ସୁପ୍ରିମକୋର୍ଟରେ ମହିମାଙ୍କ ଜାମିନ ଅବଧି ବୃନ୍ଧି କରିବାପାଇଁ ହୋଇଥିବା ଆବେଦନ ଖାରଜ ହେବା ପରେ ଶ୍ରୀମିଶ୍ର ଆଜି କୁଜଙ୍ଗ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଏହାପରେ ତାଙ୍କୁ ପୁନର୍ବାର ଜେଲକୁ ପଠାଇଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

fourteen − 1 =