ଆଜି ଆକାଶରେ ଦେଖାଯିବ ଗୋଲାପୀ ଜହ୍ନ

ଆଜି ପୂର୍ଣ୍ଣିମା ଅବସରରେ ଆକାଶରେ ଚମକିବ ଗୋଲାପୀ ଜହ୍ନ । ଏଥିରେ କିଛି ସତ୍ୟତା ରହିଛି ନା ଆଉ କିଛି । ଏନେଇ ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ଏହା ପଛର ସତ୍ୟତା ଦର୍ଶାଇଛନ୍ତି । କ’ଣ ଏହି ଗୋଲାପୀ ଜହ୍ନ । ଏହା କେବଳ ଏକ ନାମକରଣ ଯାହାକି ଉତ୍ତର ଆମେରିକାର ଅଧିବାସୀମାନେ ଚଳିତ ମାସରେ ପୂର୍ଣ୍ଣଚନ୍ଦ୍ରକୁ ଏପରି ନାମକରଣ କରିଥିଲେ । ହିନ୍ଦୁମାନେ ଏହି ପୂର୍ଣ୍ଣିମାକୁ ହନୁମାନ ଜୟନ୍ତୀ ରୂପେ ପାଳନ କରୁଥିବାବେଳେ ବୌଦ୍ଧଧର୍ମୀଙ୍କ ପାଇଁ ଏହା ଶ୍ରୀଲଙ୍କାରେ ବକ୍ ପୋୟା ନାମରେ ପରିଚିତ । ଏହି ଦିନ ବୁଦ୍ଧଦେବ ଶ୍ରୀଲଙ୍କା ଯାଇ ଅନେକ ଦିନ ଧରି ଲାଗିଥିବା ଯୁଦ୍ଧ ରୋକିଥିଲେ ।

ବସନ୍ତ ଋତୁର ଆଗମନ ହୋଇଥିବାରୁ ଉତ୍ତର ଆମେରିକାରେ ମସ୍ ଫ୍ଲକ୍ସ ନାମକ ଲତାରେ ଗୋଲାପୀ ରଙ୍ଗର ଫୁଲ ଫୁଟି ସବୁଆଡ଼େ ଗୋଲାପୀ ଗୋଲାପୀ ହୋଇଯାଏ । ସେଥିପାଇଁ ଆମେରିକାବାସୀ ଏପ୍ରିଲ ପୂର୍ଣ୍ଣଚନ୍ଦ୍ରକୁ ପିଙ୍କ୍ ମୁନ୍ ବା ଗୋଲାପୀ ଚନ୍ଦ୍ର ବୋଲି ନାମକରଣ କରାଯାଇଛି । ଯାହା ଏବେ କିଛି ସ୍ଥାନରେ ପ୍ରଚଳିତ ରହିଛି । ଏହା ଚନ୍ଦ୍ରର ରଙ୍ଗ ସହ କୌଣସି ସମ୍ପର୍କ ନାହିଁ । ତେଣୁ ଆଜିର ଦିନରେ ଆକାଶରେ ଗୋଲାପୀ ଜହ୍ନ ଦେଖାଯିବାର କୌଣସି ସତ୍ୟତା ନଥିବା ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen + one =